Site icon Awaj Media

ଚିନ୍ମୟ ଫାଉଣ୍ଡେସନର ମିଶନ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ : ୧୬୦୦ ତମ ଦିବସର ୬୪ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜରେ ଅବହେଳିତ ଅବସ୍ଥାରେ କାଳାତିପାତ କରୁଥିବା ଗରିବ, ଅସହାୟ ,ବୁଭୁକ୍ଷୁ , ବୃଦ୍ଧ ବୃଦ୍ଧା, ପାଗଳ ପାଗିଳି, ରୋଗୀ ଆଦିଙ୍କୁ ସାହାଯ୍ୟ ଓ ସହଯୋଗ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମର ୧୬୦୦ ତମ ଦିବସର ୬୪ତମ ସମୀକ୍ଷା ବୈଠକ ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ ଅଛି।ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଇଥାଏ। ୧୬୦୦ ତମ ଦିବସର ୬୪ ତମ ସମୀକ୍ଷା ବୈଠକ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପରିସରରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଉକ୍ତ ବୈଠକରେ ସମୀକ୍ଷକ ଭାବରେ ସବିତା ରାଉତ, ସୁଭଦ୍ରା ରାଉତ, ରଶ୍ମିରଞ୍ଜନ ସେଠୀ ଆଦି ଯୋଗଦାନ କରି ଫାଉଣ୍ଡେସନର କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ଗଭୀର ଆଲୋକପାତ ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ଜାରି ରଖିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂଗଠନର ସ୍ୱେତ୍ସାସେବୀ ଶୃତିମୟୀ ଜେନା, କବିତା ରାଉତ, ରାକେଶ କୁମାର ବେହେରା,ଭଜନ ମଲ୍ଲିକ, ସାରଦା ମୁଣ୍ଡା, ପୂଜା ଗୋପ୍ ଆଦିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Exit mobile version