Site icon Awaj Media

ଗୋଦାବରୀଶ ମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ! ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ମହାବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଡଃ.ଏସ୍.ପି.ଏନ୍.ଏସ୍ ବର୍ମା , ରୋଭର ଲିଡର ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା , ଏନ୍.ସି.ସି ଅଫିସର୍ କ୍ୟାପ୍ଟେନ୍ ଗୁରୁ କିଶୋର ନାୟକ ଓ ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ମହାବିଦ୍ୟାଳୟ ର ମୁଖ୍ୟ ଫାଟକ ରୁ ବାହାରି ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀଦେଇପୁର ଇତ୍ୟାଦି ଗ୍ରାମ ଦେଇ ଫେରିଥିଲା । ଏଥିରେ ଏନ୍.ସି.ସି ଏବଂ ରୋଭର ଓ ରେଞ୍ଜର ଛାତ୍ର ଛାତ୍ରୀ ଭାଗ ନେଇ ବିଭିନ୍ନ ସ୍ଳୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ ।

Exit mobile version