Site icon Awaj Media

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନ ବେହେରାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଵୟାଳିଶମୌଜା ଯାଦବ ମହାସଭା ପକ୍ଷରୁ ନହରପଦା ନିବାସୀ ସ୍ଵର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ଏକାଦଶାହରେ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ତରୁଣ ଯାଦବ,କଟକ ସଦର ସଭାପତି ବିନୋଦ ବେହେରା, ସମ୍ପାଦକ ଚିତ୍ତରଞ୍ଜନ ବେହେରା, ବିଜନ୍ ବେହେରା, କଟକ ସଦର ଯୁବ ସଭାପତି ଅର୍ଣ୍ଣବ ପରିଡ଼ା,୪୨ମୌଜା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ପର୍ଶୁରାମ ବେହେରା,ମନୋଜ ବେହେରା,ସାଗର ବେହେରା,ଆଶିଷ ବେହେରା, ଅକ୍ଷୟ ବେହେରା, ଟୁଟନ୍ ବେହେରା ଓ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version