Site icon Awaj Media

ଗଜପତି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କୁ ଦାବୀପତ୍ର ପ୍ରଦାନ ! ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ସମୟରେ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ଗଜପତି (PSTA )ପକ୍ଷରୁ ପ୍ରାଥମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିବା ନିମନ୍ତେ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ! ଦାବୀପତ୍ରରେ ତିନି ଗୋଟି ଦାବୀ ଉଲ୍ଲେଖ ରହିଛି । ଦାବୀ ଗୁଡିକ ହେଲା ଅନ୍ୟ ବିଭାଗ ଭଳି ପ୍ରାଥମିକ ଶିକ୍ଷା ରୁ ଠିକା , ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିୟମିତ ଶିକ୍ଷକ ନିଯୁକ୍ତି କରାଯାଉ , 6 / 8 ବର୍ଷର ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ,ଶିକ୍ଷା ସହାୟକ ଓ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ କାର୍ଯ୍ୟକାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରାଯାଉ । ଅନ୍ୟ ରାଜ୍ୟ ଭଳି ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ଦରମା 35, 400 ଟଙ୍କା ଦରମା ଦିଆଯାଉ । ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ ଓ ପଶ୍ଚିମବଙ୍ଗ ଭଳି ଆମ ରାଜ୍ୟରେ ମଧ୍ୟ ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରାଯାଉ ବୋଲି ଦାବୀ ରହିଥିଲା ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Exit mobile version