Site icon Awaj Media

ଭାରତୀୟ ଜନତା ପାର୍ଟି ବାଙ୍କୀ ପକ୍ଷରୁ ବିଭାଜନ ଓ ବିଭିଷିକା ସ୍ମୃତି ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଭାରତୀୟ ଜନତା ପାର୍ଟି ବାଙ୍କୀ ପକ୍ଷରୁ ବିଭାଜନ ଓ ବିଭିଷିକା ସ୍ମୁତି ଦିବସ ମହାରଣା ମଣ୍ଡପ ପରିଷର ରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ନେତୃତ୍ୱରେ ବାଙ୍କୀ ବେଦପୁର ମା’ ଷଷ୍ଠୀ ମନ୍ଦିର ନିକଟ ରୁ ବିଶାଳ ଜନ ସମାବେଶ ବାହାରି ହାତରେ ବିଶାଳ ତ୍ରିରଙ୍ଗା ପତାକା ଧରି, ହର ଘର ତ୍ରିରଙ୍ଗା ଅଭିଯାନ ନାରା ପାଠ କରି ବାଙ୍କୀ ବଜାର ପରିକ୍ରମା କରି ମହାରଣା ମଣ୍ଡପରେ ପହଂଚିଥିଲେ । ତେବେ ଏହି ବିଶାଳ କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର, କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି, କଟକ ଜିଲ୍ଲା ସଂପାଦକ ବିନୋଦ ଦାସ, ବିଜେପି ବାଙ୍କୀ ବିଧାୟକ ପ୍ରାର୍ଥୀ ତୁଷାର କାନ୍ତ ଚକ୍ରବର୍ତ୍ତୀ, କଟକ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ନଳିନୀ କୁମାର ରାଏ, ପୂର୍ବତନ ଚେୟାରମ୍ୟାନ ସତ୍ୟ ନାରାୟଣ ସାମନ୍ତ, ପୂର୍ବତନ କର୍ନେଲ ବ୍ରଜବନ୍ଧୁ ପଣ୍ଡା, ଡ଼ମପଡା ବ୍ଳକ ପୂର୍ବତନ ଚେୟାରମ୍ୟାନ ସରୋଜ କୁମାର ମତଗଜ ସିଂହ, ବିଜେପି ନେତା ଜଗନ୍ନାଥ ପରିଡା, ସଭାର ସଂଯୋଜକ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସହ ଅଞ୍ଚଳ ର ସମସ୍ତ ମଣ୍ଡଳ ସଭାପତି ଯୋଗ ଦେଇଥିଲେ । ଉପସ୍ଥିତ ମଞ୍ଚ।ସୀନ ସମସ୍ତ କର୍ମକର୍ତ୍ତା ମାନେ ସଭାମଞ୍ଚରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ମଞ୍ଚାସିନ କର୍ମକର୍ତ୍ତା ଓ ଉପସ୍ଥିତ ଜନତା ଠିଆ ହୋଇ ଦେଶ ମାତୃକା କୁ ସମ୍ମାନ ଜଣାଇ ଜାତୀୟ ସଂଗୀତ ଗାନ କରିଥିଲେ । ମଞ୍ଚାସିନ ଅତିଥି ମାନେ ବିଭାଜନ ଓ ବିଭିଷିକା ଉପରେ ନିଜ ନିଜ ବ୍ୟକ୍ତବ ପ୍ରଦାନ କରିଥିଲେ ।

Exit mobile version