Site icon Awaj Media

ରୋଟାରୀ ଭବନରେ ଉଡିଲା ତ୍ରିରଙ୍ଗା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜାତୀୟ ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କଲେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ର ସଦସ୍ୟ ! ପୂର୍ବତନ ପ୍ରାନ୍ତପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ! ରୋଟାରୀ ଭବନରେ ଉଡିଲା ତ୍ରିରଙ୍ଗା ! ସତ୍ୟ ଅହିଂସା ନ୍ୟାୟ ର ପ୍ରତୀକ ହେଉଛି ତ୍ରିରଙ୍ଗା ! ତ୍ୟାଗ ବଳିଦାନ ଶୌର୍ଯ୍ୟ ର ପ୍ରତୀକ ତ୍ରିରଙ୍ଗା ! ଜାତୀୟ ସଂହତି , ଏକତା ଓ ଭାଇଚାରାର ପ୍ରତୀକ ହେଉଛି ଆମର ତ୍ରିରଙ୍ଗା ! ୭୮ ତମ ସ୍ୱାଧୀନତା ଦିବସ ଅବସରରେ ପୁରା ଦେଶରେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା ! ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ତରଫରୁ ରୋଟାରୀ ଭବନରେ ଯଥାବିଧି ଜାତୀୟ ପତାକା ଉତ୍ତୋଳନ କରାଯାଇଛି ! ଜାତୀୟ ଦିବସ ପାଳନ ଅବସରରେ ରୋଟାରୀଆନ ମାନେ ହର ଘର ତ୍ରିରଙ୍ଗା ଅଭିଯାନ କରି ପଥ ସଂଚାଳନ କରି ଜାତୀୟତାବୋଧ ନାରା ଦେଇଥିଲେ ! ପରେ ରାଜଧାନୀ ଉପକଣ୍ଠ ଜାମୁଝରୀ ମୁକ୍ତାକାଶ ସଂସ୍କାର କେନ୍ଦ୍ରରେ ଅନ୍ତେବାସୀ ମାନଙ୍କୁ ବିଭିନ୍ନ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା !

Exit mobile version