Site icon Awaj Media

ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ ସମ୍ବର୍ଦ୍ଧିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଜଣାଶୁଣା ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ ଙ୍କୁ ‘ ବାଙ୍କୀ ପ୍ରତିଭା ସମ୍ମାନ 2024’ (ସେବାରତ୍ନ) ସମ୍ମାନ ପ୍ରଦାନ କରାଯାଇଛି । ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟରେ ଏକ ସମ୍ବର୍ଦ୍ଧନା ସମାରୋହ ରେ ଭୋକିଲା ପେଟରେ ସଂପାଦକ ସୁଧିର ଚନ୍ଦ୍ର ନାୟକ, ମୂଖ୍ୟ ଅତିଥି ବରିଷ୍ଠ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ବାଙ୍କୀ ଡମପଡା କେନ୍ଦ୍ର ସମବାୟ ସମିତିର ନିର୍ଦ୍ଦେଶକ ଅଜୟ କୁମାର ରାଉତ ଶ୍ରୀ ପଢିଆରୀଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ପଢିଆରୀ ଦୁଲଣାପୁର ପଞ୍ଚାୟତର ମନରେଗା ଦୁର୍ନୀତି ସମେତ ବହୁ ଉନ୍ନତିମୂଳକ କାର୍ଯ୍ୟର ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ବହୁ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲୋ ! ଶ୍ରୀ ପଢିଆରୀ ଙ୍କୁ ସେବାରତ୍ନ ସମ୍ମାନ ପ୍ରଦାନ କରାଯାଇଥିବାରୁ ଦୁଲଣାପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ତଥା ତିହିଡ଼ି ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରସନ୍ନ ନାୟକ, ସାମାଜିକ କର୍ମୀ ନିରଞ୍ଜନ ସାହୁ, ଆଇନିଜିବୀ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version