Site icon Awaj Media

ବାଲୁଗାଁ ମହାବିଦ୍ୟାଳୟରେ ୭୮ ତମ ସ୍ୱାଧୀନତା ଦିବସ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ଣରେ ଏନସିସି କ୍ୟାଡେଟ ଓ ସ୍ବେଛାସେଵୀ ମାନେ ପ୍ୟାରେଡ଼ କରି ଗାନ୍ଧି ଛକ ପର୍ଯ୍ୟନ୍ତ ଯିବା ପରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମେତ ସୁବାଷ ଚନ୍ଦ୍ର ବୋଷ ଓ ଗୋପବନ୍ଧୁଙ୍କ ଦାସଙ୍କ ପ୍ରତିମୂର୍ତ୍ତିରେ ରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ,ମନସ୍ବିନୀ ପଟ୍ଟନାୟକ,ଧୋବୀ ଚରଣ ପରିଡା, ଚନ୍ଦନ ନାୟକ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ l ଏହା ପରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଦେଶର ବିକାଶରେ ପ୍ରତିବଦ୍ଧ ହେବାକୁ ଉଦବୋଧନ ଦେଇଥିଲେ l ଏହି ଅବସରରେ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ପୁରସ୍କାର ପ୍ରଦାନ କରିଥିଲେ l ଧନ୍ୟବାଦ ଦେଇଥିଲେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା l

Exit mobile version