Site icon Awaj Media

ମୂର୍ତ୍ତି କାରିଗର ମାନେ ଗଣେଶ ମୂର୍ତ୍ତି କରିବାରେ ବ୍ୟସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଗକୁ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗର ମାନେ ଗଣେଶ ମୂର୍ତ୍ତି କରିବାରେ ବ୍ୟସ୍ତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କଟକିଆ ସାହି , ଚିତ୍ରକାର ସାହିରେ ମୂର୍ତ୍ତି କାରିଗର ମାନେ ଗଣେଶ ମୂର୍ତ୍ତି ତିଆରି କରିବା ରେ ବ୍ୟସ୍ତ ରହିଛନ୍ତି । ମାଟି ମୂର୍ତ୍ତି ପ୍ରଦୂଷଣ ମୁକ୍ତ ତଥା ସହଜରେ ଜଳରେ ମିଳେଇ ଯାଉଥିବାରୁ ବର୍ତ୍ତମାନ ମାଟି ମୂର୍ତ୍ତି ପ୍ରତି ଲୋକେ ଆକୃଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ମୂର୍ତ୍ତି ଟିଏ ଗଢିବା ପାଇଁ ମାଟି,କୁଟା କନା, ବାଉଁଶ,କାଠ ରଙ୍ଗ ତୁଳୀ ଏହିଭଳି ବିଭିନ୍ନ ସରଞ୍ଜାମର ଆବଶ୍ୟକ ହୋଇଥାଏ । ମାଟି ମୂର୍ତ୍ତି ନିର୍ମାଣ କରିବା ପାଇଁ 5 ଦିନରୁ 10 ଦିନ ଲାଗିଥାଏ । ମାଟି ମୂର୍ତ୍ତି ଗଢିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ନିର୍ମାଣ ଅନୁସାରେ ସେତିକି ପାରିଶ୍ରମିକ ପାଇପାରୁ ନଥିବା ଜଣା ପଡ଼ିଛି । ପ୍ରକାଶ ଥାଉକି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ କଟକଣା କରାଯାଇଛି , ତେଣୁ ମାଟି ମୂର୍ତ୍ତି କାରିଗର ମାନେ ମାଟି ମୂର୍ତ୍ତି ଗଢିବାରେ ବ୍ୟସ୍ତ ଅଛନ୍ତି ।

Exit mobile version