ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ଥିବା ବଡ଼ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ 108 ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ସପ୍ତବିଧାନ ଅନୁଯାୟୀ ଅଭିଭକ୍ତ ଗଞ୍ଜାମ ଜିଲ୍ଲା 77 ତମ ଜିଲ୍ଲା ସମ୍ମିଳନୀର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଘାସିରାମ ପ୍ରଧାନ ଭାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଗଜପତି ଓ ଗଞ୍ଜାମ ଜିଲ୍ଲାର ଶତାଧିକ ଭକ୍ତ ଯୋଗ ଦେଇଥିଲେ।ସର୍ବ ଭାରତୀୟ ସେବା ଦଳର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଭାଇଙ୍କ ସଂଯୋଜନାରେ ବୈଠକଟି ପରିଚାଳିତ ହୋଇ ଥିଲା।ପ୍ରାରମ୍ଭରେ ବିଗତ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ କରାଯାଇଥିଲା।ଭବିଷ୍ୟତରେ ଜିଲ୍ଲା ସମ୍ମିଳନୀର ସୁ ପରିଚାଳନା ପାଇଁ ଏକ ପାଣ୍ଠିର ବ୍ୟବସ୍ଥା ନିଷ୍ପତ୍ତି ନିଆଗଲା।ସମ୍ମିଳନୀର ଉଦ୍ ବୃତ୍ତ ଅର୍ଥକୁ ଏହି ପାଣ୍ଠିରେ ଜମା ରଖିବା ପାଇଁ ନିଷ୍ପତ୍ତି ସର୍ବ ସମ୍ମତି କ୍ରମେ ଗୃହୀତ ହେଲା ତତପରେ 76 ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀର ଆୟ ବ୍ୟୟର ହିସାବ ପାଠ କରାଗଲା।ଗୁରାଣ୍ଡି ସଙ୍ଘ ତରଫରୁ ସଙ୍ଘ ସମ୍ପାଦକ ନୀଳମଣି ପାତ୍ର ଭାଇ ଆଗାମୀ ଭକ୍ତ ସମ୍ମିଳନୀ ପାଇଁ ସଂଘର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧାରଣ ଯୋଗ ଦେଇ ଉତ୍ସ।ହର ସହ ଆଗାମୀ ଜିଲ୍ଲା ଭକ୍ତ ସମ୍ମିଳନୀକୁ ସ୍ୱାଗତ କରିଥିଲେ।କର୍ମକର୍ତ୍ତା ଙ୍କ ମଧ୍ୟରେ ପୁରୀ ବିଭାଗୀୟ ସଦସ୍ୟ ଭୁବନେଶ୍ୱର ତ୍ରିପାଠୀ ଭାଇ, ଜିତେନ୍ଦ୍ର କୁମାର ଗୌଡ଼ ଭାଇ,ଜିଲ୍ଲା ସଦସ୍ୟ ହରିହର ସାହୁଭାଇ ,ଲିଙ୍ଗରାଜ ସାହୁ ଭାଇ,ଗୋବିନ୍ଦଚନ୍ଦ୍ର ମହାନ୍ତି ଭାଇ, ଉମାକାନ୍ତ ପଟ୍ଟନାୟକ ଭାଇ,ଜଗଦୀଶ ପୂଜାରୀ ଭାଇ, ଗୌତମ ପ୍ରଧାନ ଭାଇ, ପ୍ରଶାନ୍ତ କୁମାର ବିଷୋୟୀ ଭାଇଙ୍କ ସମେତ ସ୍ଥାନୀୟ ରୂପେଶ ସାହୁ ଭାଇ,ରିଟୁ ପାତ୍ର ଓ ବୁଦ୍ଧିଜୀବୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ନରସିଂହ ଆଚାରି ଭାଇ ସଂଯୋଜନାରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି 2025 ଫେବୃୟାରୀ 7, 8, 9 ତିନିଦିନ ବ୍ୟାପୀ ବଡ଼ ଜଗନ୍ନାଥ ମନ୍ଦିର ପରିସରରେ ଗଞ୍ଜାମ ଗଜପତି ଜିଲ୍ଲା ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ। ଶେଷରେ ନୀଳମଣି ପାତ୍ର ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଅଭିଭକ୍ତ ଗଞ୍ଜାମ ଜିଲ୍ଲା 77 ତମ ଜିଲ୍ଲା ଭକ୍ତ ସମ୍ମିଳନୀର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

