Site icon Awaj Media

ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କଲେ ଭରସା ପରିବାର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଭାଇଚାରା ସହର କଟକର ବିଦ୍ୟାଧରପୁର ଅଞ୍ଚଳରେ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଭରସା ପରିବାର” ପକ୍ଷରୁ ବସ୍ତିରେ ରହୁଥିବା କୁନି କୁନି ପିଲାମାନଙ୍କ ମଧ୍ୟରେ ଭାତୃ ଓ ଭଗିନୀ ସମନ୍ଵୟକୁ ରୂପାନ୍ତରିତ କରି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ସ୍ମୃତି ସାହୁ, ଯଶୋବନ୍ତ ମହାନ୍ତି, ଦେବାନନ୍ଦ ଦାଶ, ଉର୍ମିଳା ବେହେରା, ସୁନୀତା ବସ୍ତିଆ, ଅଜିତ୍ ଦାସ୍, ମହିମା ପ୍ରସାଦ ମହାନ୍ତି, ରାକେଶ ସାହୁ, ସ୍ୱାଗତିକା ସାହୁ, ସୂର୍ଯ୍ୟକାନ୍ତ ମହାରଣା, ବନ୍ଦନା ମହାରଣା, ଶୁଭଲକ୍ଷ୍ମି ବେହେରା ଓ ବିବେକାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରଥମେ ପ୍ରାକୃତିକ ବିପର୍ଯ୍ୟାୟରୁ ଜୀବଜଗତକୁ ସୁରକ୍ଷା ପ୍ରଦାନ କରୁଥିବା ବୃକ୍ଷମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା ଏବଂ ଘରଠୁ ଦୂରରେ ଥାଇ ଆମକୁ ସୁରକ୍ଷା ଦେଉଥିବା ଟ୍ରାଫିକ ପୋଲିସ ଓ ଥାନା ପୋଲିସ୍ ଭାଇ ମାନଙ୍କୁ ରାକ୍ଷୀ ପିନ୍ଧା ଯାଇଥିଲା। ପରିଶେଷରେ ପରମ୍ପରା ଅନୁଯାୟୀ ଗୋଶାଳାକୁ ଯାଇ ଗୋମାତା ମାନଙ୍କୁ ରାକ୍ଷୀ ବାନ୍ଧି ପୂଜାର୍ଚ୍ଚନା କରାଯାଇଥିଲା। ଏତଦ୍ ବ୍ୟତୀତ ଗରିବ ଅସହାୟ ଲୋକଙ୍କ ଭରସା ସାଜିଥିବା କିଛି ସମାଜସେବୀ ଭାଇ ମାନଙ୍କୁ ମଧ୍ୟ ରାକ୍ଷୀ ପିନ୍ଧାଇ ରକ୍ଷା ବନ୍ଧନ ପାଳନ କରିବା ସହ ଭରସା ପରିବାର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ବିଗତ ଦିନ ପରି ରକ୍ତଦାନ, ଖାଦ୍ୟ ବଣ୍ଟନ, ବୃକ୍ଷ ରୋପଣ, ଅସହାୟଙ୍କୁ ସାହାଯ୍ୟ କରିବା ଓ ପରିବେଶ ସୌନ୍ଦର୍ଯ୍ୟକରଣ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଆଗକୁ କରାଯିବ ବୋଲି କଟକର ପ୍ରମୁଖ ସ୍ମୃତି ସାହୁ କହିଥିଲେ।

Exit mobile version