Site icon Awaj Media

ପାରଳାଖେମୁଣ୍ଡି ରେ ବିଶ୍ଵ ଫଟୋଗ୍ରାଫି ଦିବସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରତିବର୍ଷ ଅଗଷ୍ଟ ମାସର ଉଣେଇଶି ତାରିଖକୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯାଉଛି। ଏହା କେବଳ ଫଟୋଗ୍ରାଫିକୁ ବୃତ୍ତା ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ହିଁ ନୁହେଁ ବରଂ ଅଧିକାଂଶ ବ୍ୟକ୍ତି ପାଳନ କରନ୍ତି । ଦିନଥିଲା କେବଳ ହାତଗଣତି କିଛି ବ୍ୟକ୍ତିଙ୍କ ପାଖରେ କ୍ୟାମେରା ରହୁଥିଲା ଏବଂ ସେମାନେ ଫଟୋଗ୍ରାଫି ବା ଚିତ୍ରୋତ୍ତଳନ କରୁଥିଲେ । ଯୁଗ ବଦଳିବା ସହିତ ଆଧୁନିକ ସମୟରେ ସ୍ମାର୍ଟ୍ ଫୋନର ବହୁଳ ବ୍ୟବହାର ଫଳରେ ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଗୋଟିଏ ଗୋଟିଏ କ୍ୟାମେରା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫଟୋ ଉଠାଇବା ପାଇଁ ଅଧୂକ ଖର୍ଚ୍ଚିଳ କ୍ୟାମେରା ବା ଯନ୍ତ୍ରଉପକରଣର ଆଉ କୌଣସି ଆବଶ୍ୟକ‌ତା ରହିନାହିଁ । ବର୍ତ୍ତମାନ ଧରିଥିବା ମୋବାଇଲ୍ ଫୋନରେ ମଧ୍ୟ ମନମୁତାବକ ଫଟୋ ଉଠାଇ ପାରିବେ । ତେଣୁ ଆଜି ପ୍ରତ୍ୟେକ ଫୋଟଗ୍ରାଫର ପାଳନ କରୁଥିବା ବେଳେ ପାରଳାଖେମୁଣ୍ଡି, ୧୯ ଅଗଷ୍ଟ ଆଜିର ଦିନରେ ଫଟୋଗ୍ରାଫର୍ସ ଆସୋସିଏସନ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ପାଳିନ କରିଛନ୍ତି ।। ଆଜି ସକାଳୁ ପାରଳାଖେମୁଣ୍ଡି କଲେଜ ଛକରୁ ଶତାଧିକ ଫୋଟଗ୍ରାଫରଙ୍କୁ ନେଇ ଏକ ଶୋଭାଯାତ୍ରା କରି ଫୋଟୋଗ୍ରାଫିର ବାର୍ତ୍ତା ଜନସାଧାରଣଙ୍କୁ ବାଣ୍ଟିଥିଲେ । ପରେ ଫରେଷ୍ଟ ଗେଟ୍ ଥିବା ଆଶ୍ରା ଓଲ୍ଡ ହୋମ୍ ଠାରେ ପହଞ୍ଚି ସେଠାରେ ରହୁଥିବା ବୟସ୍କ ଲୋକମାନଙ୍କୁ ଫଳ ,ରେସନ ଓ ବସ୍ତ୍ର ବଣ୍ଟନ କରିଥିଲେ।। ଏହି ସମୟରେ ପାରଳାଖେମୁଣ୍ଡି ର ସମସ୍ତ ଫୋଟୋଗ୍ରାଫର ଉପସ୍ଥିତ ରହିଥିଲେ।

Exit mobile version