Site icon Awaj Media

ବାଙ୍କୀର ଯୁବ ସାହିତ୍ୟିକ କବି ବିପ୍ଳବ ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଜ୍ଞାନ ଦର୍ପଣ ଏକାଡେମୀ ତରଫରୁ ଭୁବନେଶ୍ୱରର ଜଗନ୍ନାଥ ନଗର ଠାରେ ଏକ ଭାଇ ଭଉଣୀ ସମାବେଶ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସ୍କୁଲର ଅଧକ୍ଷ ଜ୍ଞାନ ରଞ୍ଜନ ନନ୍ଦ, ଯୁବ ସାହିତ୍ୟିକ କବି ବିପ୍ଳବ, ମିନତୀ ନନ୍ଦ ଅତିଥି ଭାବରେ ଯୋଗ ଦେଇଥିଲେ |ଭୁବନେଶ୍ୱର ଆଖପାଖ ଅନେକ ଶୁଭେଛୁ ଭାଇ ଭଉଣୀ,ଗୁରୁଜନବୃନ୍ଦଙ୍କ ସହିତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପରସ୍ପରକୁ ରାକ୍ଷୀ ଭିଡି ମିଠା ଖୁଆଇଥିଲେ |ଭାଇ ଭଉଣୀଙ୍କର ଅତୁଟ ସମ୍ପର୍କ ଉପରେ ଆଧାରିତ କିଛି ଗୀତକୁ ପିଲାମାନେ ନୃତ୍ୟ ମାଧ୍ୟମରେ ପରିବେଷଣ କରି ଅତିଥିମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲେ |ଏକାଡେମୀର ପରିଚାଳନା ନିର୍ଦ୍ଦେଶିକା ମିଲିରାଣୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରି ସମସ୍ତଙ୍କ ହାତରେ ସ୍ନେହର ବିଶ୍ୱାସର ଡୋରି ରାକ୍ଷୀ ବାନ୍ଧି ଥିଲେ । ପ୍ରତିଷ୍ଠାତା ଅଶୋକ ତ୍ରିପାଠୀ ଅତିଥି ମାନଙ୍କୁ ଫୁଲତୋଡ଼ା ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ଭାଇ ସମ୍ମାନରେ ସମ୍ମାନିତ ହୋଇଥିଲେ ତ୍ରିନାଥ କୁଣ୍ଡ ,ଜ୍ଞାନ ରଞ୍ଜନ ନନ୍ଦ,ଭଉଣୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଉଷାରାଣୀ ପ୍ରଧାନ।ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ବାଙ୍କୀ ଅଂଚଳର ଯୁବ ସାହିତ୍ୟିକ କବି ବିପ୍ଳବ। ସଭା ଶେଷରେ ଜ୍ଞାନ ଦର୍ପଣ ଏକାଡେମୀର ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ କରିବା ସାଙ୍ଗକୁ ଏକ ସାମୁହିକ ନିଶା ନିବାରଣ ଓ଼ ସାରା ଜୀବନ ନିସ୍ଵାର୍ଥପର ଭଲ ପାଇବାର ବନ୍ଧନରେ ବାନ୍ଧି ହୋଇ ରହିବାକୁ ଶପଥ କରିଥିଲେ।ଅଞ୍ଜନା ବେହେରା, ଲିପ୍ସା ପ୍ରଧାନ, ଚନ୍ଦନ କୁଣ୍ଡ, ଆଶା ଚଣ୍ଡ,ବର୍ଷା ଚଣ୍ଡ,ଅଞ୍ଜଳି ଚଣ୍ଡ, ସୁମିତ ଦାସ,ସ୍ୱାତିରାଣୀ ,ଜାନସିନ ବେହେରା, ଯସ୍ମୀନ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଲିପ୍ସା ପ୍ରଧାନ, ଅଞ୍ଜନା ବେହେରା। ଜ୍ଞାନ ରଞ୍ଜନ ନନ୍ଦଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିଲା |

Exit mobile version