ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଅଧ୍ୟକ୍ଷା ପଦ ହାତେଇଲେ ସାବିତ୍ରୀ ପ୍ରଧାନ ! ନିର୍ବାଚନ ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ! ଭାପୁର ବ୍ଲକ ରେ କୋଡିଏ ଗୋଟି ପଂଚାୟତ ଥିବା ବେଳେ କିଛି ସମ୍ବେଦନଶିଳ ଗାଁରେ ପୋଲିସ ପକ୍ଷରୁ ଫ୍ଲାର୍ଗ ମାର୍ଚ୍ଚ କରାଯାଇଥିଲା ! ଚଳିତ ବର୍ଷ ସାଧାରଣ ନିର୍ବାଚନ ରେ ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ବିଜେଡି ଦଳରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ! ବିଧାୟିକା ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଅଧ୍ୟକ୍ଷା ପଦ ଛାଡିବାକୁ ପଡିଥିଲା । ସେହି ଦିନ ଠାରୁ ଅଧ୍ୟକ୍ଷା ପଦ ଖାଲି ପଡ଼ିଥିଲା । ଗତ ୧୨ ତାରିଖ ରେ ରାଜ୍ୟ ନିର୍ବାଚନ କମିଶନର ଚଳିତ ମାସ ୨୨ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ! ତେବେ ନିର୍ବାଚନରେ ପୁଣି ଥରେ ସାବିତ୍ରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି !
ଭାପୁର ବ୍ଲକ ଅଧ୍ୟକ୍ଷା ପଦ ହାତେଇଲେ ସାବିତ୍ରୀ ପ୍ରଧାନ !!!

