ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ୍ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଥିବା ରାଧା ଗୋବିନ୍ଦ ମନ୍ଦିର ରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ରାଧା ଗୋବିନ୍ଦ ମନ୍ଦିରର ମହନ୍ତ ମହାରାଜ ଦାମୋଦର ଦାସ ଙ୍କ ତତ୍ତ୍ୱ।ଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଗ୍ରାମବାସୀଙ୍କ ଉପସ୍ଥିତି ରେ ଭଜନ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ! ଠାକୁରଙ୍କୁ ବିମାନ ରେ ରଖି ଝୁଲେଇଥିଲେ ଶ୍ରଦ୍ଧାଳୁ । ମନ୍ଦିର କୁ ଆଲୋକମାଳା ରେ ସୁସଜିତ କରାଯାଇଥିଲା । ଝୁଲଣ ଯାତ୍ର। ଦେଖିବା ସକାଶେ ପୁରପଲ୍ଲୀ ରୁ ଭକ୍ତ ଙ୍କ ସୁଅ ଛୁଟିଥିଲା ! ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଗ୍ରାମର ୱାର୍ଡ ସଭ୍ୟ ସୋରଜ୍ ଜେନା, ରାଧାକାନ୍ତ ସାହୁ , ମନ୍ଦିର ର ପୂଜାରୀ ନୀଳମାଧବ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିଲ ।
ପୁରୁଣା କେରାଣ୍ଡି ରାଧା ଗୋବିନ୍ଦ ମନ୍ଦିର ରେ ଝୁଲଣ ଯାତ୍ରା ଅନୁଷ୍ଠିତ !!!

