ଭାରତୀୟ ତୈଳ ନିଗମର ଅଫ ସାଇଟ ଜରୁରୀକାଳୀନ ମକ୍ ଡ୍ରିଲ୍ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସମ୍ବଲପୁର-ସରେଇପାଲି ପାଇପଲାଇନ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ତୈଳ ନିଗମ (ଆଇଓସିଏଲ) ମଧ୍ୟରେ ସାହେଲା ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରେ ଅଫ୍ ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟକି, ବରଗଡ ଜିଲ୍ଲାର ଗଡଭୋଗା, ଅତାବିରା, ବରଗଡ, ପଥର୍ଲା, ଗର୍ଭୋନ, ଲୋହୋର ଚୋଟି ଏବଂ କୋନଗାଁ ଛକ ଦେଇ ଦୀର୍ଘ ୭୦ କିମି ଦୂରତାରେ ବିଛାଯାଇଥିବା ତେଲ ପାଇପଲାଇନର ତଦାରଖ, ରକ୍ଷଣାବେକ୍ଷଣ ତଥା ଅଞ୍ଚଳରେ ଉତ୍ପାଦ ଲିକ ହେତୁ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆଇଓସିଏଲ ନିଜ ଗାର୍ଡ ନିଯୁକ୍ତ କରିଛନ୍ତି । କୌଣସି ପରିଷ୍ଟିତିରେ ଭୂତଳ ପାଇପଲାଇନରୁ ଉତ୍ପାଦ ଲିକ ହେଲେ ସେମାନେ ସମ୍ବଲପୁର କାର୍ଯ୍ୟାଳୟର ଟିମ୍ କୁ ଅବଗତ କରିବେ । ସୂଚନା ପାଇବା ମାତ୍ରେ ଆଇଓସିଏଲ୍ ସମ୍ବଲପୁର କାର୍ଯ୍ୟାଳୟର ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ । ପରିସ୍ଥିତି ଅଣାୟତ ହେଲେ ଜିଲ୍ଲାର ଜରୁରୀକାଳୀନ ବିଭଗକୁ ଟିମ ଅବଗତ କରିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରସାଶନର ସହାୟତା ନେବେ । ଜିଲ୍ଲା ପ୍ରଶାସନ ଦ୍ଵାରା ଅଗ୍ନିଶମ ବିଭାଗ, ପୋଲିସ ବାହୀନ ଏବଂ ସ୍ୱାସ୍ଥ୍ୟ ବିଭାଗ ଉପସ୍ଥିତ ରହି ଏହି ପରିସ୍ଥିତିର ମୁକାବିଲା କରିବେ । ଏଭଳି ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ରଖି ଜରୁରୀ କାଳୀନ ପରିସ୍ଥିତିର ସଠିକ ମୁକାବିଲା ଲାଗି ଆଜି ବାଦିପାଲି ଗ୍ରାମର ପାଇପଲାଇନ ଅଞ୍ଚଳରେ ପୋଲିସ ଟିମ୍, ମେଡିକାଲ୍ ଟିମ୍, ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଭୂମିକା ଏବଂ ପାରସ୍ପରିକ ସହାୟତାର ପ୍ରଦର୍ଶନର ଏକ ମକ୍ ଡ୍ରିଲ ଗ୍ରାମବାସୀଙ୍କ ସମ୍ମୁଖରେ ପ୍ରଦର୍ଶନ କରି ନିଆଁ ଲିଭାଯାଇଥିଲା । ମକ୍ ଡ୍ରିଲ୍ ର ସଫଳ ସମାପ୍ତି ପରେ ଉପରୋକ୍ତ ସମସ୍ତ ଦଳର ସଦସ୍ୟଙ୍କୁ ନେଇ ଏକ ସଂକ୍ଷିପ୍ତ ଅଧିବେଶନ କରାଯାଇଥିଲା | କାର୍ଯ୍ୟକ୍ରମରେ ଜରୁରୀକାଳୀନ ବିଭାଗ, ସ୍ୱାସ୍ଥ୍ୟ, ପିଲୋସ, ଅଗ୍ନିଶମ, ଆରଡବ୍ଲୁଏସ୍ଏସ୍, ପରିବହନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଇଓସିଏଲ ସମ୍ବଲପୁର ଡିଭିଜନର ସମସ୍ତ କମକର୍ତ୍ତା ଉପସ୍ଥିତ ରହି ବାଦିପାଲି ଗ୍ରାମର ପ୍ରାୟ ୨୫୦ ଜଣ ଗ୍ରାମବାସୀଙ୍କ ସମ୍ମୁଖରେ ମକ୍ ଡ୍ରିଲ୍ କରିଥିଲେ ।

Leave a Reply

Your email address will not be published. Required fields are marked *