Site icon Awaj Media

ଭୀମଟାଙ୍ଗୀ ଉନ୍ନୟନ ପରିଷଦ ତରଫରୁ 26 ତମ ଭାଗବତ ସପ୍ତାହ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ଭୀମଟାଙ୍ଗୀ ଉନ୍ନୟନ ପରିଷଦ ତରଫରୁ 26 ତମ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ! ସକାଳ ୮ ଘଟିକା ସମୟରେ ପରିଷଦ ର ସଦସ୍ୟ ମାନେ କଳସ ଯାତ୍ରାରେ ଯାଇ ବିନ୍ଦୁସାଗର ପୁଷ୍କରିଣୀରୁ ବିଧି ପୂର୍ବକ ଜଳ ଆଣିବା ପରେ ଦାରୁ ଵିଗ୍ରହ ଙ୍କୁ ପ୍ରତିଷ୍ଠା କରାଯାଇଥିଲା ! ପ୍ରତ୍ୟହ ବିଧି ଅନୁଯାଇ ଭାଗବତ ପରାୟଣ ସହିତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିବ. ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ . ତାଙ୍କ ସହିତ ସ୍ଥାନୀୟ କର୍ପୋରେଟର ଶିବ ନାରାୟଣ ରାୟ ଯୋଗ ଦେଇଥିଲେ . ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ପଟନାୟକ, ଉପସଭାପତି ପଦ୍ମନାଭ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଚିତ୍ରସେନ ବିଶୋଇ, ସୁଧାଂଶୁ ଶେଖର ହରିଚନ୍ଦନ , ଗଣେଶ ପ୍ରଧାନ, ନୀଳମାଧଵ ନନ୍ଦ, ରବି ନାରାୟଣ ଦାସ , ପ୍ରମୋଦ କୁମାର ଖୁଣ୍ଟିଆ, ବିଶ୍ୱ ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ! ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଶ୍ରୀପାଦ ଭକ୍ତି ବେଦାନ୍ତ ବୋଧୟନ ଜି ମହାରାଜ ଓ ୩୦ ଓ ୩୧ ତାରିଖରେ ସନ୍ଥବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କର ପ୍ରବଚନ କାର୍ଯ୍ୟକ୍ରମ ରହିଛି . ପ୍ରତ୍ୟେହ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି ! ଆସନ୍ତା ଏକ ତାରିଖରେ ସନ୍ଧ୍ୟା ୭ ଘଟିକା ଠାରୁ ଗୀତିନାଟ୍ୟ ଭକ୍ତ ପ୍ରହ୍ଲାଦ ପରିବେଷଣ କରାଯିବା ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି !

Exit mobile version