Site icon Awaj Media

ଗାରାବନ୍ଧା ମଣ୍ଡଳରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜ଼ିଲ୍ଲା ଗୋଶାଣୀ ବ୍ଲକ ଗାରାବନ୍ଧ ମଣ୍ଡଳରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ! ଉକ୍ତ କର୍ମଶାଳାରେ ମଣ୍ଡଳ ସଭାପତି ସଭାପତିତ୍ବ କରିଥିବା ବେଳେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ପ୍ରସାଦ ମହାପାତ୍ର ଓ ଇ. ପ୍ରଶାନ୍ତ ସଦସ୍ୟତା ଅଭିଯାନରେ ଗାରାବନ୍ଧ ମଣ୍ଡଳ କିଭଳି ଅଧିକରୁ ଅଧିକ ସଦସ୍ୟ ପଞ୍ଜିକରଣ କରିବେ ସେଥି ପ୍ରତି ଗୁରୁତ୍ୱାରୋପ କରିଥିଲେ ! ଏହି ଅଭିଯାନ ସେପ୍ଟେମ୍ବର ୧ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ପ୍ରଥମେ ପଞ୍ଜିକୃତ ହୋଇ ସାରିବା ପରେ ସମଗ୍ର ଦେଶରେ ଏହି ପଞ୍ଜିକରଣ ଆରମ୍ଭ ହେବ ! ମୋବଇଲ ରେ ପଞ୍ଜିକରଣ କରିବା ନମ୍ବର ହେଲା ୮୮୦୦୦୦୨୦୨୪ ! ମଣ୍ଡଳରୁ ପ୍ରତି ପଞ୍ଚାୟତ ବା ଗ୍ରାମ ସ୍ତରରେ କିଭଳି ସଦସ୍ୟତା ଅଭିଯାନ ଜାରି ରହିବ ସେଥିପ୍ରତି ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ !

Exit mobile version