ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମସ୍ୟା ଘେରରେ ସର୍ବ ପୁରାତନ ପାରଳା ପୌର ପରିଷଦ । ଆଗକୁ ପାରଳାଖେମୁଣ୍ଡି ପାରଳା ପୋୖର ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହେବ , ତେବେ କଣ ରହିଛି ବାସ୍ତବ ଅବସ୍ଥା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ପୌର ପରିଷଦ ରାଜ୍ୟର ସର୍ବ ପୁରାତନ ଦ୍ୱିତୀୟ ପୌର ପରିଷଦ ଅଟେ । ରାଜ୍ୟରେ ଏହି ପୋୖର ପରିଷଦ ଦ୍ୱିତୀୟ ସର୍ବ ପୁରାତନ ପୋୖର ପରିଷଦ ଭାବେ ପରିଚିତ କିନ୍ତୁ ଏଠାରେ ବିକାଶ କମ , ହେଲେ ସମସ୍ୟା ଅଧିକ ! ଏଠାରେ ରାସ୍ତା ଘାଟ ଡ୍ରେନେଜ ସମସ୍ୟା ଲାଗି ରହିଛି । ତତ ସହିତ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହିଛି ! ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ଦୁଇ ଚକିଆ ଯାନ ରଖିବା , ଉଠା ଦୋକାନିଙ୍କ କବଜାରେ ସହରର ରାସ୍ତାଘାଟ । ସହରରେ ବୁଲା ଗାଈ ଗୋରୁ କୁକୁର ଘୁଷୁରୀ ଷଣ୍ଢର ଉପଦ୍ରବ ଯାହା ଫଳରେ ଟ୍ରାଫିକ ସମସ୍ୟା ସହ ଛୋଟ ମୋଟ ଦୁର୍ଘଟଣା ହେଉଛି ! ସହରରେ ବୁଲା କୁକୁରର ଉପଦ୍ରବ ଯାହା ଫଳରେ ଦୁର୍ଘଟଣା ସାଙ୍ଗକୁ ଜନସାଧାରଣ ଭୟଭିତ ହେଉଛନ୍ତି । ଲୋକଙ୍କୁ କୁକୁର କାମୁଡି ଥିବାର ଦେଖିବାକୁ ମିଳିଛି । ପଲିଥିନ ବହୁଳ ବ୍ୟବହାର ହେଉଛି , ଯାହା ଫଳରେ ପରିବେଶ ଦୂଷିତ ସାଙ୍ଗକୁ ବୁଲା ଗାଇ ଗୋରୁ ଜରି ଭିତରେ ଥିବା ଖାଦ୍ୟ ଖାଇବା ସମୟରେ ଏହି ଜରି ଖାଇ ଦେଉଛନ୍ତି।ସହରରେ ଘୁଷୁରୀ ଉପଦ୍ରଵ ବଢିବାରେ ଲାଗିଛି । ପୋୖର ପରିଷଦ ଏଥି ପ୍ରତି ଗୁରତ୍ୱ ଦେଲେ ସହରର ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି ।
ସମସ୍ୟା ଘେରରେ ସର୍ବ ପୁରାତନ ପାରଳା ପୌର ପରିଷଦ !!!

