Site icon Awaj Media

ରୋଟାରୀ କ୍ଲବ୍ ଦ୍ବାରା କଣ୍ଟିଲୋ ନୀଳମାଧବ ମନ୍ଦିରରେ ଆକ୍ୱାଗାର୍ଡ଼ ସ୍ଥାପନ !!!

Spread the love

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶାର ବହୁପ୍ରାଚୀନ କଣ୍ଟିଲୋ ଶ୍ରୀ ନୀଳମାଧବ ମନ୍ଦିର ପରିସରରେ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳର ବହୁଦିନର ଚାହିଦା ପୂରଣ କରି ରୋଟାରୀ କ୍ଲବ ସନ୍ ରାଇଜ ଭୁବନେଶ୍ୱର ତରଫରୁ ଶୁଦ୍ଧ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରଦାନକାରୀ ଏକ ମେସିନ୍ ସ୍ଥାପନ କରାଯାଇଛି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର, ମୁଖ୍ଯ ଜୋନାଲ୍ ଚେୟାର୍ ରମେଶଚନ୍ଦ୍ର ସାହୁ, ଜୋନାଲ୍ ଚେୟାର୍ ଅଜିତ୍ କୁମାର ପାଢ଼ୀ, ସହ ପ୍ରାନ୍ତପାଳ ପ୍ରସନ୍ନ ପଣ୍ଡା, ଅନ୍ୟତମ ଜୋନାଲ୍ ଚେୟାର୍ ବିଜୟ ପାତ୍ର, କ୍ଲବ୍ ସଭାପତି ମନୋଜ କୁମାର ବିଶ୍ୱାଳ, ସଂପାଦକ ବୈଦୁର୍ଯ୍ୟନାଥ କର ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ମନ୍ଦିର ପୂଜକ ସମାଜର ସଭ୍ଯମାନେ ଉପସ୍ଥିତ ଥିଲେ। ସେହିପରି ଖଣ୍ଡପଡ଼ାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବ୍ଯବହାର ପାଇଁ କ୍ଲବ୍ ତରଫରୁ ଆଉ ଏକ ଶୁଦ୍ଧ ପାନୀୟ ଜଳ ଯୋଗାଣକାରୀ ମେସିନ୍ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଦୁଇଟିରେ କ୍ଲବ୍ ର ପ୍ରାକ୍ତନ ସହ-ପ୍ରାନ୍ତପାଳ ବିଜୟ କୁମାର ପ୍ରହରାଜ, ଉପସଭାପତି ଦିବ୍ୟକାମ ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ଦାସ, ଇଂ ଅରୁଣ ପାଢ଼ୀ, ଇଂ ଭବାନୀ ପାଟ୍ଟଯୋଷୀ, ଆଦିତ୍ୟ ପଣ୍ଡା, ଦେବାଶିଷ ମହାପାତ୍ର, ଡାଃ ଶିଶିର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପରିକଳ୍ପନା ଓ ସୁପରିଚାଳନା କରିଥିଲେ ଇଂ ରମେଶ ଚନ୍ଦ୍ର ସାହୁ ଓ ପ୍ରକାଶ ଚନ୍ଦ୍ର ପ୍ରୁଷ୍ଟି ।

Exit mobile version