Site icon Awaj Media

ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ, ମା’ ଯୋଗମାୟା ଭଗବତୀଙ୍କ ଏକ ସଙ୍ଗେ ଧରାବତରଣ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଆରାଧ୍ୟା ଦେବୀ ମା’ ଭଗବତୀ’ ଯୋଗମାୟା ଙ୍କ ସହିତ ପ୍ରଭୁ ଗୁରୁଣ୍ଡି ଗୋପାଳଙ୍କ ଜନ୍ମବିଧି ଏକ ସଂଙ୍ଗେ ନିଆରା ବିଧିରେ ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ କୃଷ୍ଣ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ତିଥିର ମଧ୍ୟରାତ୍ରରେ ମା’ ଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିର ବେଢ଼ାରେ ଏହି ଉତ୍ସବ ଗୁପ୍ତ ନୀତିର ସହିତ ପାଳିତ ହୋଇଛି । ସଂଧ୍ୟାରେ ମା’ଙ୍କ ବଡ଼ସିଂହାର ପୂର୍ବରୁ ପାଳିଆମାଳି ସେବକ ଶୟନ ଚକଡ଼ା କୁ ଧୋପଖାଳ କରି ଆସନପାରିଥିଲେ । ପୂଜାରୀ ସାଆନ୍ତ ସିଂହାସନରୁ ଶ୍ରୀଶ୍ରୀ ଗୁରୁଣ୍ଡିଗୋପାଳ ଦେବ,ଶ୍ରୀ ଶ୍ରୀଚନ୍ଦ୍ରଶେଖରଦେବ ଓ ମା’ କାଠି ଠାକୁରାଣିଙ୍କୁ ଏକତ୍ର ଆଣି ଆସନ ଉପରେ ଉପବେସନ କରାଇ ଦୀପ, ଧୂପ, ପୁଷ୍ପ ଚ଼ନ୍ଦନ ନୈବେଦ୍ୟଠା କରିବା ପରେପରେ ଜନ୍ମବିଧି ଆରମ୍ଭ ହୋଇଥିଲା। ପୂର୍ବରୁ ପଲେଇ ସେବକ ଏନ୍ତୁଡ଼ି ପାଇଁ ପାଳରେ ତିଆରି ଅଟା,ଅଙ୍ଗାର,ଚ଼ଷୁ, ନାଭିକଟା ପାଇଁ ଶିମପତ୍ର ଆଣି ଯୋଗାଇଥିଲେ। ଗୁରୁଣ୍ଡିଗୋପାଳଙ୍କୁ ନାଭିକଟା ମଣ୍ଡପରେ ରଖାଇ ସିମପତ୍ରରେ ନାଭିକଟା ବିଧିକରାଇ ମହାସ୍ନାନ ପରେଚଷୁ ଅଙ୍ଗାରନିଆଁରେ ଗୋପାଳଙ୍କୁ ଏନ୍ତୁଡ଼ି ସେକା ବିଧିପରେ ଆସନ ବିଜେ କରାଇଥିଲେ।ପରେ ମା’ଭଗବତୀ ଯୋଗମାୟା , ଚନ୍ଦ୍ରଶେଖର ଏବଂ ଗୁରୁଣ୍ଡିଗୋପାଳଙ୍କ ପାଖରେ ଏକତ୍ର ମୁଆଁ, ରାଶି କୋରା, ନଡ଼ିଆ କୋରା ଇତ୍ୟାଦି ଶୀତଳ ମଣୋହୀ ହୋଇ ଜନ୍ମ ଆଳତୀ ବଢ଼ିଥିଲା ପରେ ଠାକୁର ଠାକୁରାଣିଙ୍କୁ ବଡ଼ ସିଂହାର ପରେ ପହଡ଼ ପଡ଼ିଥିଲା । ଓଡ଼ିଶାର ସର୍ବତ୍ର ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀରେ କେବଳ ଶ୍ରୀକୃଷ୍ଣଙ୍କ ଜନ୍ମବିଧି ମହାସମାରୋହରେ ପାଳିତ ହେଉଥିବାବେଳେ, ବାଣପୁରର ଏହି ପ୍ରାଚୀନ ଶକ୍ତିପୀଠରେ ଦୁର୍ଗା ମାଧବଙ୍କ ଉପାସନାର ପ୍ରତୀକ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା’ଭଗବତୀ ଯୋଗମାୟାଙ୍କ ମଧ୍ୟ ଧରାବତରଣ ବିଧିବିଧାନ ପରମ୍ପରା ନିଆରା ଢ଼ଙ୍ଗରେ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି । ପ୍ରଭୁଶ୍ରୀକୃଷ୍ଣ ମଥୁରାରେ ଜନ୍ମଗ୍ରହଣ କରିବା ପୂର୍ବରୁ ଦେବୀ ଭଗବତୀଙ୍କୁ ଗୋପନଗରୀର ନନ୍ଦ ଯୋଶଦାଙ୍କ ଘରେ ଯୋଗମାୟା “ବିଜୁଳିକନ୍ୟା” ଭାବରେ ଜନ୍ମ ଗ୍ରହଣ କରି କଂସାସୁର ପରି ଆସୁରିକ ଶକ୍ତିମାନଙ୍କୁ ସଂହାର କରିବାରେ ସହଯୋଗ କରିବାକୁ କରିଥିବା ନିବେଦନ ରକ୍ଷାକରି ମା’ଦେବୀ ଭଗବତୀ ଉକ୍ତଦିନ ଧରାବତରଣ କରିଥିବା କଥା ବ୍ୟାସଦେବଙ୍କ ରଚିତ ସଂସ୍କୃତ ଭାଗବତରେ ଉଲ୍ଲେଖ ଥିବାରୁ ମା’ଙ୍କ ପୀଠରେ ଏହି ଉତ୍ସବ ପାଳନ କରାଯାଉଥିବା କଥା ବିଶ୍ୱାସ କରାଯାଏ I ଭାଦ୍ରବ କୃ କୃଷ୍ଣ ନବମୀ ଦିନ ମା’ଭଗବତୀଙ୍କ ବାମ୍ଫି ନିକଟରେ ମୀନଧରା ନୀତି ସହିତ ନନ୍ଦ ଉତ୍ସବ ଦିନଏହି ଉତ୍ସବ ବାଣପୁରରେ ଦୁର୍ଗାମାଧବ ଉପାସନାର ଅନନ୍ୟ ପରମ୍ପରା ବୋଲି ଦେବୋତ୍ତର କାର୍ଯ୍ୟାଳୟରୁ ପ୍ରକାଶ।

Exit mobile version