Site icon Awaj Media

ବାଙ୍କୀ ରେ ଆୟୋଜିତ ହେଲା ଆମ ପୋଲିସ ସମିତି କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ପୋଲିସ ପକ୍ଷରୁ ଥାନା ପରିସରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଥାନା ଅଧିକାରୀ ଶିବ ଚରଣ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! କାର୍ଯ୍ୟକ୍ରମରେ ୨୮ ଗୋଟି ପଂଚାୟତ ର ବୁଦ୍ଧିଜୀବୀ , ଜନ ପ୍ରତିନିଧି ଏବଂ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ! ମୁଖ୍ୟ ପ୍ରସଙ୍ଗ ରହିଥିଲା କିଭଳି ବାଙ୍କୀ ସହର ରେ ଶାନ୍ତି ବଜାୟ ରହିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସଦୃଢ ହେବ , ସେ ଦିଗରେ ବିଶେଷ ଆଲୋଚନା ହେଇଥିଲା । ଦୁର୍ଘଟଣା କୁ ଏଡାଇବା ପାଇଁ ଟ୍ରାଫିକ ନିୟନ୍ତ୍ରଣ କଡାକଡି କରିବାର ଆବଶ୍ୟକତା ରହିଛି ଏବଂ ଚୋରା ନିଶା କାରବାର ଉପରେ କିଭଳି ଲଗାମ ଲଗାଯିବ ଏହା ପାଇଁ କେଉଁ ଉପାୟ ଅବଲମ୍ବନ ପୋଲିସ ପକ୍ଷରୁ କରାଯିବା ଦରକାର ପଡୁଛି ତାହାକୁ ଗୁରୁତ୍ୱ ଦେବା ସହିତ ଟ୍ରାଫିକ ନିୟମ କୁ ଭାଙ୍ଗୁ ଥିବା ଅମାନିଆ ଙ୍କ ବିରୋଧ ରେ ଠୋସ ପଦକ୍ଷେପ ନିଆଯିବ ତାହାକୁ ନେଇ ଏବେ ଜରୁରୀ ହୋଇପଡିଛି ବୋଲି ବିଭିନ୍ନ ମହଲ ରୁ ମତ ପ୍ରକାଶ ପାଇଥିଲା ! ଏ ସବୁ ଦିଗରେ ସମ୍ପୂର୍ଣ ଦୃଷ୍ଟି ଦିଆଯିବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ବେହେରା କହିଛନ୍ତି !

Exit mobile version