ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟରେ ପୌର ନିର୍ବାଚନ ଆଉ ଦୁଇ ବର୍ଷ ବାକି ରହିଥିବା ବେଳେ , ବିଗତ ନିର୍ବାଚନ ରେ ବାଣପୁର ରେ ବିଜୁ ଜନତା ଦଳ ଚିଲିକା ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ଠାରୁ ପରାସ୍ତ ହୋଇଛି । ନିର୍ବାଚନ ମଣ୍ଡଳୀ ର ଦୁଇଟି ଯାକ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଣପୁର ଓ ବାଲୁଗାଁ ବିଜେଡି ର ହାତରେ ରହିଥିବା ବେଳେ ସାଙ୍ଗଠନିକ ଦକ୍ଷତା କୁ ମଜବୁତ କରିବା ପାଇଁ ବିଜେଡି ଉଚ୍ଚ କର୍ତ୍ତୃପକ୍ଷ ଉକ୍ତ ନିର୍ବାଚନ ମଣ୍ଡଳୀ ରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଜୋର ଦେଉଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ମିଟୁ ନାୟକ ଙ୍କ ନେତୃତ୍ୱ ରେ ଉପାଧକ୍ଷ ପ୍ରାଚୀପ୍ରଭା ସ୍ୱାଇଁ ଓ ସମସ୍ତ ବିଜେଡି କାଉନସିଲର ମାନେ ଭେଟି ସୁପ୍ରିମୋ ଙ୍କ ଆଶୀର୍ବାଦ ନେବା ସଙ୍ଗେ ସଙ୍ଗେ ବାଣପୁର ରେ କିଭଳି ବିଜେଡି ନିଜର ସାଙ୍ଗଠନିକ ଦକ୍ଷତା ର ଉପଯୋଗ କରି ନିଜର ଦକ୍ଷତା ବଳରେ କରି ପୁଣି କ୍ଷମତା କୁ ଆସି ପାରିବ ସେ ବିଷୟରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ ଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ କାମନା କରିଥିଲେ ।
ନବୀନ ଙ୍କୁ ଭେଟିଲେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ କାଉନସିଲର !!!

