Site icon Awaj Media

ବାଣପୁର ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବା ସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ମିଟୁ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ଏବଂ କର୍ମଚାରୀ ମାନେ ବାଣପୁର ର ବିଭିନ୍ନ ସ୍ଥାନରେ ଥିବା ମହାତ୍ମା ଗାନ୍ଧୀ, ବିଜୁ ପଟ୍ଟନାୟକ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଥାନୀୟ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅଢେ଼ଇ ବର୍ଷ ମଧ୍ୟରେ ଅଧ୍ୟକ୍ଷ ବାଣପୁର ଏନଏସିକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନ ମାନଙ୍କରେ କିପରି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉନ୍ନତି ହୋଇ ପାରିବ ସେ ସମ୍ପର୍କରେ ଗଣମାଧ୍ୟମ କୁ ବକ୍ତବ୍ୟ ଦେଇଥିଲେ ।

Exit mobile version