Site icon Awaj Media

ଦୀର୍ଘ ଛଅ ବର୍ଷ ଧରି ବସି ରହିଛନ୍ତି ଧାରଣାରେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦୀର୍ଘ ଛଅ ବର୍ଷ ଧରି ବସି ରହିଛନ୍ତି ଧାରଣାରେ, ନା ଶୁଣୁଛନ୍ତି ଅଧିକାରୀ ନା ସରକାର ଙ୍କ ର ଅଛି କିଛି ବ୍ୟବସ୍ଥା । ଆର୍କଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ଛଟେଇ କର୍ମଚାରୀଙ୍କ ପ୍ରତିବାଦ ଜାରି ରହିଛି । ଦୀର୍ଘ 6 ବର୍ଷ ହେଲାଣି ଆର୍କଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସାମନ୍ତରାପୁର ହେଡ୍ ଅଫିସ ଗେଟ୍ ସମ୍ମୁଖରେ 120 ଜଣ କାଯୁଆଲ କର୍ମଚାରୀ ଦିବା ରାତ୍ର ଧାରଣାରେ ବସି ରହିଛନ୍ତି । ବିଭାଗର ଅଧିକାରୀ ସେମାନଙ୍କୁ ବିନା ଦୋଷରେ ବିନା ନୋଟିସ୍ ରେ ବେଆଇନ୍ ଭାବେ ତା 26/8/2018 ରିଖରୁ ଛଟେଈ କରି ଦେଈଛନ୍ତି । ଗତ 3/9/2018 ଠାରୁ ଅଫିସ୍ ଆଗରେ ଧାରଣା ଚାଲୁ ରହିଛି । ଦୀର୍ଘ 6 ବର୍ଷ ହେଲାଣି ଏପରି ସ୍ଥିତିରେ କର୍ମଚାରୀ ଏବଂ ସେମାନଙ୍କର ପିଲା ଛୁଆ ପରିବାର ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିନା ଦରମାରେ ଚଳିବା କେତେ କଷ୍ଟ , ତାହା ଅଙ୍ଗେ ନିଭାଇଥିବା ଲୋକ ହିଁ ଜାଣେ ବୋଲି କ୍ଷୋଭର ସହ କହିଛନ୍ତି ଆନ୍ଦୋଳନରତ କର୍ମଚାରୀ ।

Exit mobile version