Site icon Awaj Media

ଶ୍ରୀମଦ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀମଦ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ଅନୁଷ୍ଠିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ରାଧାକାନ୍ତ ମଠର ନୃସିଂହନାଥ ମନ୍ଦିର ପରିସରରେ ଶ୍ରୀମଦ ଭାଗବତ ସପ୍ତାହ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମହନ୍ତ ମଦନ ଗୋପାଳ ଦାସ ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ଆୟୋଜନରେ ପ୍ରବକ୍ତା ବାବା ଶ୍ରୀ ଶ୍ୟାମାନନ୍ଦ ଦାସ ଜୀ ମହାରାଜ ପ୍ରବଚନ ଦେଉଛନ୍ତି । ସେ ସୁଦୂର ଲାଞ୍ଜିଗଡ଼ ରୁ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବ୍ୟାସ ଭାବରେ ବାବା ଶ୍ରୀ ପ୍ରଭୁ ଚରଣ ଦାସ ଜୀ ମହାରାଜ, ଗୌର ଗୋବିନ୍ଦ ଦାସ ମହାରାଜ ପାରାୟଣ କରୁଛନ୍ତି । ପ୍ରବଚନ ଶୁଣିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେଉଛି ।

Exit mobile version