ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୁବର୍ଣ୍ଣା ସାହୁ କାଂସ୍ୟ ପଦକ ହାସଲ କରି ସଫଳତା ପାଇଛନ୍ତି ।ଉତ୍ତର ପ୍ରଦେଶର ଝାଂସି ଠାରେ ଜାତୀୟ ସ୍ତରୀୟ ବାଳିକା ତାଇକୋନ୍ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା ସର୍ବ ଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା ଏବଂ ଏଥିରେ ଓଡିଶାର 17 ଜଣ ଖେଳାଳୀ ଭାଗ ନେଇଥିବା ବେଳେ 26 ଟି ରାଜ୍ୟରୁ ସମୁଦାୟ ପ୍ରାୟ 600 ଖେଳାଳୀ ଅଂଶଗ୍ରହଣ କରିଥିଲେ । ଗଜପତି ଜିଲ୍ଲାର ଟାଇକୋନ୍ଡୁ ଅନୁଷ୍ଠାନ ତଥା କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସୁବର୍ଣ୍ଣା ସାହୁ ଓ ପ୍ରିୟାଲି ରାଣୀ ଦାସ ଅଂଶଗ୍ରହଣ କରିଥିଲେ । ସୁବର୍ଣ୍ଣା ସାହୁ କାଂସ୍ୟ ପଦକ ହାସଲ କରି ବିଜୟୀ ହୋଇଛନ୍ତି । ପଦକ ଜିତି ଫେରିବା ପରେ ପାରଳାଖେମୁଣ୍ଡି ଜନସାଧାରଣ ସ୍ବାଗତ କରି ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡରେ ସୁବଣ୍ଣାଙ୍କୁ ପରିବାର ବର୍ଗ ସହପାଠୀ ଏବଂ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିବା ବେଳେ ସନ୍ଧ୍ୟା ସମୟରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ଠାରୁ ବାହାରି ଶ୍ରୀ କୃଷ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିବା ବେଳେ ଏଥିରେ ତାଇକୋନ୍ଡୁ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଓ ନାଗେଶ୍ୱର ମହାପାତ୍ର ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣ। ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୁବର୍ଣ୍ଣା ସାହୁ ଙ୍କ ସଫଳତା !!!

