Site icon Awaj Media

ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ପ୍ରଥମ ବୈଠକର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାର ଲୋକ କଳା, ସଂସ୍କୃତି ଓ ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ଓ ଜିଲ୍ଲାର ପଞ୍ଜୀକୃତ ଅନୁଷ୍ଠାନ ଗୁଡ଼ିକୁ ବାର୍ଷିକ ଥରେ ମାତ୍ର ଆର୍ଥିକ ସହଯୋଗ ପାଇବା,ଆର୍ଥିକ ସହାୟତା ରାଶି, ସଂସ୍କୃତି ଭବନ ନିର୍ମାଣ ଓ ଗଜପତି ଉତ୍ସଵ ପାଳନ ବିଷୟରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ସହିତ ବିସ୍ତୃତ ବାବେ ଆଲୋଚନା କରଯାଇଥିଲା। ସେହିପରି ଜିଲ୍ଲାରେ ହଜି ଯାଉଥିବା ଲୋକ କଳା ତଥା ପାଇକ ଆଖଡ଼ା, ଭାରତ ଲୀଳା, ପ୍ରହଲ୍ଲାଦ ନାଟକ, ସଖି ନାଟକ,କୃଷ୍ଣ ଲୀଳା ଓ ଦାସକାଠିଆ ଇତ୍ୟାଦି ବିଭିନ୍ନ ଲୋକ କଳା ଓ ସଂସ୍କୃତିର ପୁନରୁଦ୍ଧାର କିପରି କରାଯାଇପାରିବ ସେ ସଂପର୍କରେ ମଧ୍ଯ ଆଲୋଚନା କରାଯାଇଛି। ପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମସ୍ତଙ୍କୁ ସ୍ଵାଗତ ପ୍ରଦାନ କରିବା ସହିତ ସଂସ୍କୃତି ବିଭାଗର ପ୍ରଥମ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ଓ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ,ସଦସ୍ୟାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ଗୁରୁ ରଘୁନାଥ ପାତ୍ର, ଶ୍ରୀମତୀ ଆଶାଲତା ପାଣିଗ୍ରାହି, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ବିନଦ କୁମାର ଜେନା, ଶ୍ରୀ ଭାରତ ଭୂଷଣ ମହାନ୍ତି, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ, ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ମନୋଜ କୁମାର ପାଢୀ,ଶ୍ରୀ ଆଦର୍ଶ ଦାଶ ଓ ଶ୍ରୀ ଗଣେଷ କୁମାର ରାଜୁ ସମେତ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version