Site icon Awaj Media

ବାଂଲାଦେଶରେ ଚିନ୍ମୟ ଫାଉଣ୍ଡେସନର ଜନ୍ମାଷ୍ଟମୀ ସପ୍ତାହ ପାଳନ ସହ ୧୨ଟି ନୂତନ ଶାଖା ଉଦ୍ଘାଟିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ପୃଥିବୀର ବିଭିନ୍ନ ଦେଶରେ କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ମାନବବାଦର ବିକାଶ କରିବା ଉଦ୍ଦେଶ୍ୟରେ ଗଢି ଉଠିଛି ଶାଖା କାର୍ଯ୍ୟାଳୟ ମାନ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବାଂଲାଦେଶରେ ଆଠ ଗୋଟି ଉପଜିଲ୍ଲା ଏବଂ ଚାରିଗୋଟି ଜିଲ୍ଲା ଶାଖା କାର୍ଯ୍ୟାଳୟ ଚଳିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଉଦ୍ଘାଟିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ବାଂଲାଦେଶ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ସୋବୁଜ ରାମଙ୍କ ନେତୃତ୍ବରେ ସମସ୍ତ ଜିଲ୍ଲା ଓ ଉପଜିଲ୍ଲା ସଂଯୋଜକଙ୍କ ଜରିଆରେ ବିଭିନ୍ନ ସ୍ଥାନରେ ଶାଖା କାର୍ଯ୍ୟାଳୟ ମାନ ଉଦ୍ଘାଟିତ ହୋଇଯାଇଥିବାର ସୂଚନା ମିଳିଛି। ଏହାସହ ବାଂଲାଦେଶର ବିଭିନ୍ନ ସ୍ଥାନରେ ସାମୁହିକ ଭାବରେ ଏକ ସପ୍ତାହ ଧରି ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳନ ସହ ସିଲେହାଟ ଠାରେ ବାଂଲାଦେଶରେ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ସମସ୍ତ ସଂଯୋଜକ ମାନଙ୍କୁ ନେଇ ଆଲୋଚନା ଚକ୍ର, ଶାନ୍ତି ଓ ସଦଭାବନା ପଦଯାତ୍ରା ଅନୁଷ୍ଠିତ ହୋଇଯାଇ ଅଛି। ଫାଉଣ୍ଡେସନ ଦ୍ଵାରା ପରିଚାଳିତ “ଇଭା” କାର୍ଯ୍ୟକ୍ରମ ପକ୍ଷରୁ ଆସନ୍ତା ଦୁର୍ଗା ପୂଜା ଅବସରରେ ପାଞ୍ଚ ଦିନ ଧରି ବାଂଲାଦେଶରେ ଖଡ୍ଗ ଓ ଶସ୍ତ୍ର ପୂଜନ ସହ ଶାନ୍ତି ଦୂତ ମାନଙ୍କୁ ଦୀକ୍ଷାନ୍ତ ସମାରୋହରେ ଦଣ୍ଡ ଧାରଣ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Exit mobile version