Site icon Awaj Media

ଶୁଣିଲା ନାହିଁ ପ୍ରଶାସନ : ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ସାହି ବାସିନ୍ଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ନିକଟରେ ଥିବା ଦାମୋଦର ବିହାର ରେ କଦର୍ଯ୍ୟ ହୋଇ ପଡ଼ିରହିଛି ରାସ୍ତା ! ରାସ୍ତା ନିର୍ମାଣ ସକାଶେ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ବ୍ଳକ ପ୍ରଶାସନ ଏବଂ ପଞ୍ଚାୟତ ପର୍ଯ୍ୟନ୍ତ ଦ୍ୱାରସ୍ଥ ହେଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ସାହିର ମହିଳା ପୁରୁଷ ମିଶି କୋଡ଼ି କୋଦାଳ ଧରି ରାସ୍ତା ମରାମତି କରିଛନ୍ତି । ରାସ୍ତା ମରାମତି ଦିଗରେ ପ୍ରଶାସନିକ କିମ୍ବା ରାଜନୈତିକ ସ୍ତରରେ ପଦକ୍ଷେପ ନ ନେବାରୁ ନିଜସ୍ଵ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତରଫରୁ ରାସ୍ତା କେବେ ନିର୍ମାଣ ହେଉଛି ଦେଖିବାକୁ ବାକି ରହିଲା !

Exit mobile version