Site icon Awaj Media

ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ଵ ଭ୍ରାତୃତ୍ଵ ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ଆମେରିକାର ଚିକାଗୋ ଠାରେ ବିଶ୍ବ ଧର୍ମ ସମ୍ମିଳନୀରେ ଦେଇଥିବା ବକ୍ତବ୍ୟ ସେଦିନ ସ୍ୱାମୀଜୀ ଙ୍କୁ ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚିତି ଆଣିଦେଇ ଥିଲା। ସେହି ପବିତ୍ର ଦିବସକୁ ସ୍ମରଣୀୟ ରଖିବା ପାଇଁ ବିବେକାନନ୍ଦ କେନ୍ଦ୍ର ଓଡ଼ିଶା ଶାଖା ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରୁଛି । ବୁଧବାର ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ଵ ଭ୍ରତୃତ୍ଵ ଦିବସ ପାଳିତ ହୋଇଯାଇଛି। ବାଣପୁର – ବାଲୁଗାଁ ନଗର ସଂଚାଳକ ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ମୁଖ୍ୟ ଅତିଥି ଓ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହି ଦିବସ ପାଳନ କରିବାର ତାତ୍ପର୍ଯ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।ଇଂରାଜୀ ଅଧ୍ୟାପିକା ମିକି ମନସ୍ଵିନୀ ଙ୍କ ସଂଯୋଜନାରେ ପରିଚାଳିତ ଏହି ଉତ୍ସବରେ ସଂସ୍କୃତ ବିଭାଗର ଅଧ୍ୟାପକ ଶ୍ରୀ ଅରବିନ୍ଦ ନାୟକ ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା, ନଗର ପ୍ରମୁଖ ଶ୍ରୀ ଅଜୟ କୁମାର ଦାସ,ନଗର ବ୍ୟବସ୍ଥାପକ ଶ୍ରୀ ସୁକାନ୍ତ କୁମାର ଜେନ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ପର୍କ ପ୍ରମୁଖ ତଥା ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀ ବୈରାଗୀ ଚରଣ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଗତ ଛଅ ତାରିଖରେ ମହାବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଓ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Exit mobile version