Site icon Awaj Media

ନିଜେ ଦୁର୍ନୀତିରେ ରହି ଅନ୍ୟକୁ ଆଙ୍ଗୁଠି ଦେଖାଉଛନ୍ତି ଜିପିଏଲ ଏଫ୍ ସଭାନେତ୍ରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜେ ଦୁର୍ନୀତିରେ ରହି ଅନ୍ୟକୁ ଆଙ୍ଗୁଠି ଦେଖାଉଛନ୍ତି ଜିପିଏଲ ଏଫ୍ ସଭାନେତ୍ରୀ , ଏପରି ଅଭିଯୋଗ ଆଣିଛନ୍ତି ଜ୍ୟୋତି ମିଶନ ଶକ୍ତି ମହାସଂଘ ସଭାନେତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଜ୍ୟୋତି ମିଶନ ଶକ୍ତି ମହାସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗମ୍ଭାରୀ ମୁଣ୍ଡା ଗ୍ରାମ ପଞ୍ଚାୟତ ମହିଳା ସ୍ଵୟଂ ସହାୟିକା ମହାସଙ୍ଘର ସଭାନେତ୍ରୀ କନକ ବରାଳ ଦୁଇ ବର୍ଷ ହେବ ସଦସ୍ୟା ମାନଙ୍କୁ ମହା ସଂଘର ହିସାବ ନ ଦେଇ ଲକ୍ଷାଧିକ ଟଙ୍କା ହେରଫର କରିଥିବା ପଞ୍ଚାୟତ ଜ୍ୟୋତି ମିଶନ ଶକ୍ତି ସଭାପତି କବିତାରାଣୀ ମହାପାତ୍ର , ସମ୍ପାଦିକା ବେବିନା ତ୍ରିପାଠୀ , ଅଙ୍କୁଲେଶ୍ୱରୀ ପିଜି ର ସମ୍ପାଦିକା ପ୍ରତିମା ପ୍ରଧାନ ଓ ଏସଏସଜି ର ସମସ୍ତ ସଭ୍ୟା ମାନେ ଉପସ୍ଥିତ ରହି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୨୦୧୮ ମସିହା ରେ କନକ ବରାଳ ନିର୍ବାଚିତ ହୋଇ ଗମ୍ଭାରି ମୁଣ୍ଡା ପଞ୍ଚାୟତ ମହିଳା ମହା ସଂଘର ସଭାନେତ୍ରୀ ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ । ଦାୟୀତ୍ବ ଗ୍ରହଣ କରିବା ପରେ ଶ୍ରୀମତୀ କନକ ବରାଳ ମହା ସଂଘର ପରିଚାଳନା ରେ ଅନିୟମିତତା କରି ମହା ସଂଘକୁ ଆସୁଥିବା ଅନୁଦାନରୁ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସଂଘ ସଦସ୍ୟା ମାନେ ଅଭିଯୋଗ କରିଛନ୍ତି । ମହାସଂଘ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ମହା ସଂଘକୁ ପ୍ରଧାନ କରୁଥିବା ମାସିକ ଚାନ୍ଦା ପଚାଶ ଟଙ୍କା ଶ୍ରୀମତୀ ବରାଳ ଦୀର୍ଘ ଦିନ ହେବ ମହା ସଂଘ ଖାତାରେ ଜମା କରି ନଥାନ୍ତି । ମଞ୍ଚ ପ୍ରଶିକ୍ଷଣ ପାଇଁ ଆସିଥିବା ଅନୁଦାନ ରୁ ପ୍ରାୟ ୫୦ ହଜାର ଟଙ୍କା ତୋସପାତ କରିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଶ୍ରୀମତୀ ବରାଳ ଏକା ସଙ୍ଗେ ତିନୋଟି ପଦବୀ ରେ ରହିଛନ୍ତି । ପଞ୍ଚାୟତ ର ନିର୍ଦ୍ଧିଷ୍ଟ ୧୦ ଗୋଟି ଗୋଷ୍ଠୀ କୁ ମହା ସଂଘର ବୈଠକ କୁ ଡାକୁ ନାହାନ୍ତି କି ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରୁ ନଥିବା ଜ୍ୟୋତି ମିଶନ ଶକ୍ତି ମହାସଂଘ ର ସଭ୍ୟା ମାନେ ଅଭିଯୋଗ କରିଛନ୍ତି । ଏନେଇ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ମାନେ ଦଶ ଦଫା ଅଭିଯୋଗ ପତ୍ର ବାଣପୁର ବିଡିଓ ଙ୍କ ସମେତ ଜିଲ୍ଲାପାଳ, ଓରମାସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ମିଶନ ଶକ୍ତିର ସଭାନେତ୍ରୀ ଙ୍କ ସମେତ ବିଧାୟକ ଓ ସରପଞ୍ଚ ଙ୍କୁ ପ୍ରଦାନ କରିଛନ୍ତି । ଏଥି ସହ ଏକ ନିର୍ଦ୍ଧିଷ୍ଟ ଏକ ଗଣ ମାଧ୍ୟମ ବାଣପୁର ବ୍ଲକ ଜ୍ୟୋତି ମିଶନ ଶକ୍ତି ମହାସଂଘର ନାଁରେ ଅପପ୍ରଚାର କରିବା ସହ ଗମ୍ଭାରୀ ମୁଣ୍ଡା ଗ୍ରାମ ପଞ୍ଚାୟତ ମହିଳା ସ୍ଵୟଂ ସହାୟିକା ମହାସଙ୍ଘର ସଭାନେତ୍ରୀ ଶ୍ରୀମତୀ ବରାଳ ଙ୍କୁ ବ୍ଲକ ର କିଛି ଅଧିକାରୀ ସହଯୋଗ କରୁ ଥିବାର ଅଭିଯୋଗ କରିଛନ୍ତି ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ମାନେ ।

Exit mobile version