Site icon Awaj Media

ଆର କେ ଏସ ଏସ ସ୍ଵେଛାସେବି ଅନୁଷ୍ଠାନ ଜରିଆରେ “ମୋର ପେଡ଼ ମୋର ଅଧିକାର” ସଂପର୍କରେ ସ୍ଵାସ୍ଥ୍ୟ ସଚେତନତା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଡି.ପି.ଆର.ସି ତାଲିମ ଗୃହରେ ନାବଫାଉଣ୍ଡେସନ / ନାବାର୍ଡ ସହାୟତାରେ ଆର.କେ.ଏସ.ଏସ ଅନୁଷ୍ଠାନ ଦ୍ଵାରା ଆୟୋଜିତ ସ୍ଵାସ୍ଥ୍ୟ ସଚେତନତା “ମାଇ ପେଡ଼ ମାଇ ରାଇଟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟଶ୍ରମରେ କାଶିନଗର ବ୍ଲକ ଅନ୍ତର୍ଗତ କେ ସିତାପୁର, ଖାରଡା, ହାଡୁଭାଙ୍ଗି, ସିଦ୍ଧାମଡଙ୍ଗ ରାଣୀପେଣ୍ଟା ପଞ୍ଚାୟତରେ ସମସ୍ତ ଏସ.ଏଚ.ଜି, ଓ.ଏଲ.ଏମ ଓ ମିଶନ ଶକ୍ତିର ସମସ୍ତ ସି.ଆର.ପି, କୃଷିମିତ୍ର କାର୍ଯ୍ୟକାରୀ କମିଟି ସଦସ୍ୟାମାନେ ଭୟସ୍କୃତ ଥିଲେ। କେ ସିତାପୁର ପଞ୍ଚାୟତର ମା ବିନ୍ଧ୍ଯବାସିନୀ ଏସ ଏଚ ଜି ଦ୍ୱାରା “ମାଇ ପେଡ଼ ମାଇ ରାଇଟ” କାର୍ଯ୍ୟକ୍ରମ ପରିଚାଳିତ ପ୍ରାରମ୍ଭରେ ଉପସ୍ଥିତ ମଞ୍ଚାସୀନ ଅତିଥି ଦ୍ୱାରା ପ୍ରଦ୍ଵୀପ ପ୍ରଜ୍ଵଳନ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଗଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଜି ତିରୁପତି ରାଓ, ଡ. ଗୁଣନିଧି ନାୟକ, ସି ଇ ଓ ରାଓ, ଜିଲ୍ଲା ପଞ୍ଚାୟତ, ଡା. ପ୍ରମୋଦ କୁମାର ପଣ୍ଡା, ଏ ଡି ଏମ, (ଗଜପତି), ଡା. ମହେନ୍ଦ୍ର ଭୂୟାଁ, ଏ.ଡି.ଏମ. ଓ (ପରିବାର ନିୟୋଜନ), ସୁବଳ କୁମାର ଜେନାମଣି, ସିଇଓ, ଓରମସ, ପ୍ରତୀକ ପଣ୍ଡା, ଡି ଡି ଏମ, ନାବାର୍ଡ, ଶ୍ରାବଣ କୁମାର ପ୍ରଧାନ, ନିର୍ଦେଶକ, ଆର.ସେଟି, ଶ୍ରୀ ମହେଶ୍ଵର ମଣ୍ଡଳ, ଏଲ ଡି ଏମ, ଡି ଏଲ ଓ ଡା. ଆଇ କେ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ ମିଶନ ଶକ୍ତି ବି ପି ସି, କାଶିନଗର ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ପ୍ରାରମ୍ଭିକ ସ୍ଵାଗତ ଭାଷଣ ଓ ଅନୁଷ୍ଠାନର ବିଷୟ ଏବଂ ନାବଫାଉଣ୍ଡେସନ ଦ୍ୱାରା ଅବସ୍ଥାପିତ “ମାଇ ପେଡ଼ ମାଇ ରାଇଟ” କରିବାର ଉଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ ।
ଜିଲ୍ଲା ପଞ୍ଚାୟତ ସି ଡି ଏ ଓ କହିଥିଲେ ଯେ, ପରିବାରର ମୁଖ୍ୟ ହେଉଛନ୍ତି ନାରୀ, ନାରୀ ସଂବେଦନଶୀଳ ସହନଶୀଳତା, ଧର୍ଯ୍ୟ, ତେଣୁ ନାରୀକୁ ମର୍ଯ୍ୟାଦା ଦେଇ ଏହି ମୋର “ମୋର ପେଡ଼, ମୋର ଅଧିକାର” ନିଜ ଘରେ ସଚେତନ କରାଇବା, ପେଡର ବ୍ୟବହାର, ସଫା ସୁତୁରା, ସର ଓ ସମ୍ବ।ରେ କିପରି ମିଳି, ନିଜେ ଗ୍ରାମ ସ୍ତରରେ, ପାଞ୍ଚାୟତ ସ୍ତରରେ ସଚେତନ କରାଯାଇ ପାରିବ ସୂଚନା ଦେଇଥିଲେ ।
ଜିଲ୍ଲା ପରିଷଦ ମହିଳା ଶସକ୍ତି କରଣ, ଆର୍ଥିକ ସ୍ଥିତି, ପେଡର ବ୍ୟବହାର, ବଜାରୀକରଣ ସର ଅନିଶରୀ ବହୁଳ ଗଜପତିର ୫ଟି ବ୍ଲକର କିପରି କାର୍ଯ୍ୟକ୍ରମ ପ୍ରସାର କରାଯିବ, ଅନୁଷ୍ଠାନିକକୁ ତଥା ପ୍ରସାର ନିମନ୍ତେ ନାବାର୍ଡକୁ ଅନୁଷେଦ କରିଥିଲେ । ଡି ଡି ଏମ ନାବାର୍ଡ ନାବଫାଉଣ୍ଡେସନର କାର୍ଯ୍ୟକ୍ରମ ଏହା କିପରି ଓଡିଶାର ସମ୍ବଲପୁର ଠାରୁ ଆରମ୍ଭ କରି ଗଜପତିରେ ଏହାର ପ୍ରସାରକୁ ଗୁରୁତ୍ଵ, ଅରମାସ ଦ୍ୱାରା ବଜାରୀକରଣ, ଓ ପେଡର ବ୍ୟବହାର କରାଯାଇ, ଗ୍ରାମ ସ୍ତରରେ ଏହାର ପ୍ରସାରକୁ ଗୁରୁତ୍ଵ ଦେଇଥିଲେ।
“ମାଇ ପେଡ଼ ମାଇ ରାଇଟ” ବଜାରୀକରଣ, ପରିବେଶ ସୁରକ୍ଷା, ପେଡର ସାମ୍ପଲ, ଏକ ଡେମୋ- ପରୀକ୍ଷଣ କରାଯାଇ କମ୍ପାନୀ ପେଡ଼ ଓ ମାଇ ପେଡ଼ର ଗୁରତ୍ଵ ଉପରେ ବୁଝାଯାଇଥିଲା ।ତାଲିମ ଦାତା ଶୁଭଶ୍ରୀ ମହୁଲିଆ ପ୍ରାଞ୍ଜଳଭାବେ ପରୀକ୍ଷଣ କରି ବୁଝାଇଥିଲେ । ଏ ଡ ଏମ ଓ ମୁଖ୍ୟ ଚିକିସାଳୟ ଡା. ପ୍ରମୋଦ କୁମାର ପଣ୍ଡା, “ମାଇ ପେଡ଼ ମାଇ ରାଇଟ” ର ପ୍ରସାର, ମହିଳା ଓ କିଶୋରୀ ବାଳିକା, ପ୍ରସ୍ତୁତି ମହିଳାକୁ ସଚେତନତା- ସଫା ସୁତୁରା, ମହିଳାଙ୍କ ବ୍ୟକ୍ତିଗତ ପରିସର, ମାସିକ ଋତୁସ୍ରାବ ସମୟରେ ପେଡର ବ୍ୟବହାର, ଦୈନିକ ୩ ରୁ ୪ ପେଡର ବ୍ୟବହାର ବିଷୟରେ ଗୁରୁତ୍ଵ ଦେଇଥିଲେ । ଡାକ୍ତରଖାନାରେ ବର୍ଯ୍ୟବସ୍ତୁ, ପେଡକୁ ହଳଦିଆ ଡଷ୍ଟବିନ ବ୍ୟବହାର, ବ୍ୟବହାର ପେଡ଼କୁ ପୋଡିବ ନାହିଁ । ୫ ପୁଟ ଗାତ କରି ପୋତିଦେବାକୁ ଗୁରୁତ୍ଵ (Land filling by) ଅଧିକ ଗୁରୁତ୍ଵ, ସରକାରକୁ ଖୁସି ପ୍ୟାଡ ଓ ସଂକ୍ରମିତ କିପରି ମହିଳାଙ୍କ ଦ୍ଵାରା ବ୍ୟପୁଛି ବୁଝେଇଥିଲେ । ଶେଷରେ ଡି ପି ଏମ, ତିମନ ବୋରା, ଓ ଆର ସେଟୀ ନିର୍ଦେଶକ, ଶ୍ରାବଣ କୁମାର ପ୍ରଧାନ ଉପସ୍ଥିତ ମହିଳା ମାନଙ୍କୁ ସଚେତନତାର ବାର୍ତ୍ତା କିପରି ପ୍ରସାର କରାଯିବ । ଶେଷରେ ଅନୁଷ୍ଠାନର ସଭ୍ୟା ତରୁଣ କୁମାର ନାୟକ ଧନ୍ୟବାଦ ଦେଇ କାର୍ଯ୍ୟଷ୍ଠାନକୁ ସମାପ୍ତ କରିଥିଲେ ।

Exit mobile version