ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ଆଞ୍ଚଳିକ ଅନୁଷ୍ଠାନ ମା ଘାଗୁଡ଼ିଦେବୀ ୟୁଥ କ୍ଲବ ର ସାର୍ବଜନୀନ ଦୁର୍ଗାପୂଜା କମିଟି ର ପୂଜା ପ୍ରସ୍ତୁତି ବୈଠକ ଚଳିତବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ପୂଜା 12 ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ କିପରି ଶାନ୍ତି ଶୃଙ୍ଖଳା ସହ ମା ଙ୍କ ଯାତ୍ରା ହେବ, ସାଂସ୍କୃତିକ କାର୍ଯ୍ୟକ୍ରମ କିପରି ଭଲରେ ହେବ ସେ ବିଷୟରେ ଆଲୋଚନା ହୋଇଥିଲା ! ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ 5000 ରୁ ଅଧିକ ଲୋକ ସମାଗମ ହେବାର ରହିଛି l କିପରି ଯାତ୍ରା ଏବଂ ପୂଜା ଭଲରେ ହେବ ସେହି ବିଷୟ ଆଲୋଚନା ହୋଇଯାଇଛି l ମା ଘାଗୁଡ଼ିଦେବୀ ୟୁଥ କ୍ଳବ ର ସଭାପତି ସଂଜୀବ କୁମାର ଡାକୁଆ ଙ୍କ ସଭାପତିତ୍ୱ ରେ ବୈଠକ ହୋଇଥିବା ବେଳେ ପୂଜା ପରିଚାଳନା ଦାୟିତ୍ୱ ମା ଘାଗୁଡ଼ିଦେବି ୟୁଥ କ୍ଳବ ର ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କୁ ସଭାପତି ଶ୍ରୀ ଡାକୁଆ ସଦସ୍ୟ ମାନଙ୍କ ଉପସ୍ଥିତି ରେ ହସ୍ତାନ୍ତର କରିଥିଲେ l ବୈଠକରେ କ୍ଳବ ର ସହ ସମ୍ପାଦକ ପ୍ରଦୀପ କୁମାର ଯାନୀ, ଉପସଭାପତି ପୀତବାସ ବେହେରା, ସହ ପରିଚାଳକ ବାସୁଦେବ ବେହେରା ଏବଂ କିଛି ସଦସ୍ୟ ମାନେ ଉପସ୍ଥିତ ଥିଲେ l
ମା ଘାଗୁଡ଼ିଦେବୀ ୟୁଥ କ୍ଲବ ର ସାର୍ବଜନୀନ ଦୁର୍ଗାପୂଜା କମିଟି ର ପ୍ରସ୍ତୁତି ବୈଠକ !!!

