କଳାପଥର କେନ୍ଦ୍ରରେ ସମ୍ବାଦ – ଆମ ଓଡିଶା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୈନିକ ସମ୍ବାଦର ସ୍ଵନକ୍ଷତ୍ର ଉତ୍ସବ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ସମ୍ବାଦ -ଆମ ଓଡିଶା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ଙ୍କ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତା ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବାଙ୍କୀ ବ୍ଲକ ଏବଂ ବୋଲଗଡ ବ୍ଲକ ସୀମାନ୍ତବର୍ତ୍ତୀ କଳାପଥର ସରସ୍ବତୀ ଶିଶୁ ମନ୍ଦିର ସହ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା | ବରିଷ୍ଠ ଶିକ୍ଷାବିତ ଧର୍ମୁଧର ଜୁଝାରସିଂ ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରିଥିଲେ | ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକଙ୍କ ନିର୍ଦେଶ ଏବଂ ଆମ ଓଡିଶା ଓ ପୁନଶ୍ଚ ପୃଥିବୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ | ଏଥିରେ କଳାପଥର ସରସ୍ବତୀ ଶିଶୁ ମନ୍ଦିର, ଧଳାପଥର ସରସ୍ବତୀ ଶିଶୁ ମନ୍ଦିର, ଠଣାପଲ୍ଲୀ ଜାଭିଅର ପବ୍ଲିକ ସ୍କୁଲ, କଳାପଥର ଜାଭିଅର ପବ୍ଲିକ ସ୍କୁଲ, କଳାପଥର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଲୁହାଗୋଡି ପାଟଣା ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର, ଖଜୁରିପଦା ଯୋକିଲଦଳସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ, କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ, ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ, ଠଣାପଲ୍ଲୀ ମଧ୍ୟ ଇଁ ବିଦ୍ୟାଳୟ, ଧଳାପଥର କଳାପଥର ମଧ୍ୟ ଇଁ ବିଦ୍ୟାଳୟ, କଳାପଥର କୋ ଏଜୁକେସନ ମଧ୍ୟ ଇଁରାଜି ବିଦ୍ୟାଳୟ, କଳାପଥର ପ୍ରାଥମିକ ବିଦ୍ୟାଳୟ, ଲେମ୍ବେରୀ, ପର୍ଶୁରାମପୁର,କୃଷ୍ଣପଲ୍ଲୀ, ଗେଡିଆପଲ୍ଲୀ,ସାଲତାରା,କେନ୍ଦୁପଲ୍ଲୀ କଢ଼ାମଲ୍ଲ,ମଧୁଆପଲ୍ଲୀ ଗ୍ରାମର ବିଦ୍ୟାଳୟ ର ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ |

କଳାପଥର ସମ୍ବାଦଦାତା ମାନସ ରଞ୍ଜନ ସାହୁଙ୍କ ସଂଯୋଜନାରେ ଶିକ୍ଷାବିତ ଧର୍ମୁଧର ଝୁଝାରସିଂଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ, ଆଇନଜୀବି ପ୍ରଦୀପ କୁମାର ପଟ୍ଟନାୟକ, ପଟ୍ଟଚିତ୍ର ଶିଳ୍ପୀ ସ୍ଵର୍ଣ୍ଣଲତା ସାହୁ, ରମେଶ କୁମାର ସାହୁ, ନାଟ୍ୟ ଗୁରୁ ଧ୍ରୁବ ଚରଣ ମହାପାତ୍ର, ପରିବେଶବିତ ଭାଗିରଥି ଦାସ, ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ, ପ୍ରଧାନ ଅଚର୍ଯ୍ୟା କୃଷ୍ଣ ଚନ୍ଦ୍ର ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, କଳାପଥର ଧଳାପଥର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା ଜେନା, ସାମାଜିକ କର୍ମୀ ସୁବ୍ରତ କୁମାର ନାୟକ, ସାମ୍ବାଦିକ ଗଙ୍ଗାଧର ସାହୁ ପ୍ରମୁଖ ଯୋଗଦେଥିଲେ |ଚିତ୍ରାଙ୍କନରେ ପ୍ରଥମ ପୁରସ୍କାର ଶୁଭଶ୍ରୀ ସାହୁ, ଦ୍ବିତୀୟ ଶୁଭସ୍ମିତା ସାହୁ, ତୃତୀୟ ବିଷ୍ନୁପ୍ରିୟା ସାହୁ, ହସ୍ତାକ୍ଷର ରେ ପ୍ରଥମ ସ୍ଥାନ ସ୍ବାତି ସ୍ନିଗ୍ଧା ସାହୁ, ଦ୍ବିତୀୟ ଶିକ୍ଷେତ୍ର ଛୋଟରାୟ, ତୃତୀୟ ଶ୍ରେୟଂଶ୍ରୀ ପଣ୍ଡା ସେହିପରି ଓଡ଼ିଆ ଭାଷାଜ୍ଞାନରେ ସ୍ଵାଗତିକା ଲେଙ୍କା ପ୍ରଥମ,ପ୍ରୀତିପ୍ରଜ୍ଞା ପଟ୍ଟନାୟକ ଦ୍ବିତୀୟ,ଅଭିପ୍ସା ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଥିଲେ |ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କୃଷ୍ଣଚନ୍ଦ୍ର ଦାସ, ଜୋତିରଞ୍ଜନ ପଢିଆରି, ସୁଧୀରଞ୍ଜନ ପଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *