Site icon Awaj Media

ତାଇକୋଣ୍ଡ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ତାଇକୋଣ୍ଡ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ଓଡ଼ିଶା ତାଇକୋଣ୍ଡ ଆସୋସିଏସନ୍ ଆନୁକୁଲ୍ୟରେ କଟକ ସ୍ଥିତ ଜୱାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲୁ ରହିଥିବା ବେଳେ କ୍ୟୁରୋଗି ଓ ପୁମସେ ଭଳି ଦୁଇ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳର ଜୟଶ୍ରୀ ଦ୍ବିବେଦୀ, ବିଶ୍ୱପ୍ରଭା ଜେନା, ଅର୍ପିତା ମିଶ୍ର ପୂମସେ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ସାଗରିକା ଭଦ୍ର ଓ ଇନ୍ଦ୍ରଜିତ ପରିଡ଼ା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସ୍ନେହଲତା ଜେନା ୪୯ କେଜିରୁ କମ ବର୍ଗର କ୍ୟୂରୋଗି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି । ଆଗାମୀ ଦିନରେ ଆଗ୍ରାରେ ହେବାକୁ ଥିବା ଜାତୀୟ ସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଟିମ ପକ୍ଷରୁ ମଧ୍ୟ ସେ ମନୋନୀତ ହୋଇପାରିଛନ୍ତି । ଯେଉଁଥିରେ ସିଂଘମ୍ ତାଇକୋଣ୍ଡ ଆସୋସିଏସନର କୋଚ ସୁଶାନ୍ତ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଓ ଅଭିଭାବକ ମାନେ ବେଶ୍ ଖୁସି ଥିବାର ମତବ୍ୟକ୍ତ କରିଥିଲେ ।

Exit mobile version