ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ସମସ୍ତ ଙ୍କୁ ଶିକ୍ଷା ମୌଳିକ ଅଧିକାର ରୂପେ ଘୋଷଣା କରୁଥିବା ବେଳେ ସରକାରୀ ସ୍କୁଲ ରୁ ବୀତସ୍ପୃହ ହୋଇ ବାହାର ଚାକ ଚକ୍ୟ ରେ ପ୍ରଲୋଭିତ ହୋଇ ଅନେକ ଅଭିଭାବକ ନିଜ ସନ୍ତାନ ସନ୍ତତି ମାନଙ୍କୁ ଘରୋଇ ସ୍କୁଲ ରେ ନାମ ଲେଖାଇଥାନ୍ତି । କିନ୍ତୁ ଅନେକ ଘରୋଇ ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପଯୁକ୍ତ ଶୈକ୍ଷିକ ବାତାବରଣ ବ୍ୟବସ୍ଥା ନଥିବା ବେଳେ ସେମାନଙ୍କୁ ବିଦ୍ୟାଳୟ କୁ ନେବା ପାଇଁ ବିପଦ ଜନକ ବ୍ୟବସ୍ଥା କୁ ଅଣଦେଖା ପିଲା ମାନଙ୍କ ଭାଗ୍ୟ ସହ ଖେଳିବା ଭଳି ପରିସ୍ଥିତି ସୃଷ୍ଟି କରୁଛି । ଏହାର ନିଛକ ଉଦାହରଣ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ. ସେଣ୍ଟ ଜାଭିୟର ସ୍କୁଲ । ଏହି ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ସେଣ୍ଟ ଜାଭିୟର ହାଇସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୫୫ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ନବା ଆଣିବା କରିବା ପାଇଁ ତିନୋଟି ସ୍କୁଲ ଭ୍ୟାନ ନିୟୋଜିତ ହୋଇଛି। ଉକ୍ତ ଭ୍ୟାନ ମଧ୍ୟରୁ ଦୁଇଟି ଭ୍ୟାନ ଯଥା ଓଡି-୦୫ଏଫ-୯୮୫୧ ଏବଂ ଓଡି-୦୨ୟୁ-୪୩୫୫ ।
ଓଡି-୦୫ଏଫ-୯୮୫୧ ଗାଡିର ଫିଟନେସ ଓ ଇନ୍ସୁରାନ୍ସ ଅବଧି ୪ ବର୍ଷ ଧରି ସମାପ୍ତ ହୋଇଥିବା ବେଳେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଗାଡି ଝରକା ଚାରିପଟେ ଗାର୍ଡ ରହିନାହିଁ ଯାହାକି ସରକାର ବାଧ୍ୟତା ମୂଳକ କରିଛନ୍ତି । ଉକ୍ତ ଗାଡି ଗୁଡିକ ର ମାଲିକ ନ ବିଦ୍ୟାଳୟର ମାଲିକ ଶକ୍ତି ପ୍ରସାଦ ମହାନ୍ତି ହୋଇଥିବା ଜାଣିବାକୁ ମିଳିଛି । ଭଡାରେ ଚାଲୁଥିବା ଉକ୍ତ ବିଦ୍ୟାଳୟ କୁ ଯିବା ରାସ୍ତା ଅତି ସଂକୀର୍ଣ୍ଣ ରହିଥିବା ବେଳେ ରାସ୍ତା ପାର୍ଶ୍ଵ ରେ ଅପରିଷ୍କାର ଓ ଦୀର୍ଘଦିନ ଧରି ପଡ଼ିଥିବା ମଦ ବୋତଲ ମାନ ସ୍କୁଲ ପରିବେଶ କୁ ଖରାପ କରୁଥିବା ବେଳେ ପିଲାମାନଙ୍କ ଶାରୀରିକ ବିକାଶ ପାଇଁ ଏଠାରେ ସାମାନ୍ୟ ଖେଳ ପଡିଆ ଟି ଭି ନାହିଁ । ଏ ନେଇ ବିଦ୍ୟାଳୟ ମାଲିକ ଶକ୍ତି ପ୍ରସାଦ ମହାନ୍ତିଙ୍କୁ ଉକ୍ତ ଅଭିଯୋଗ ନେଇ ଯୋଗାଯୋଗ କରିବା ପରେ ଯଥାଶୀଘ୍ର ଗାଡି ଗୁଡିକର ଇନ୍ସୁରାନ୍ସ ଫିଟନେସ କରିଦିଆଯିବ ବୋଲି ସେ କହିଛନ୍ତି । ଏ ନେଇ ମଧ୍ୟ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଲକ୍ଷ୍ମୀଙ୍କୁ ଗଣମାଧ୍ୟମ ଯୋଗାଯୋଗ କରିବାରେ, ଘଟଣା ର ସଠିକ ତଦନ୍ତ କରିସାରିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ବୋଲି ମତ ପୋଷଣ କରିଛନ୍ତି ।

