ଶ୍ରୀମଦ ଭାଗବତ ପ୍ରବଚନ ସପ୍ତାହ କାର୍ଯ୍ୟକ୍ରମ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଭଣ୍ଡାରୀ ସାହିରେ ଥିବା ଉତ୍କଳ ହିତୈଷିଣି ସମାଜ ସଭାଗୃହରେ ଶ୍ରୀମଦ ଭାଗବତ ପ୍ରବଚନ ସପ୍ତାହ ପାଳନ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପାରଳାଖେମୁଣ୍ଡି ଶାଖା ତରଫରୁ ଏହି ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବ୍ରହ୍ମପୁରରୁ ଆସିଥିବା ବକ୍ତା ପ୍ରଫେସର ଡ଼ଃ ମଦନ ମୋହନ ମହାପାତ୍ର ପ୍ରବଚନ ପ୍ରଦାନ କରିଥିଲେ । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହା ଆୟୋଜିତ ହୋଇଥିଲା । ସଭାପତି ଅଶ୍ୱିନୀ କୁମାର ପାଢୀ, ସମ୍ପାଦକ ସୁରେଶ କୁମାର ବେହେରା, ଉପ ସଭାପତି ଆଶାଲତା ପାଣିଗ୍ରାହୀଙ୍କ ସମେତ ଅବସର ପ୍ରାପ୍ତ ବହୁ ସରକାରୀ କର୍ମଚାରୀ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ପ୍ରତି ଦିନ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭାଗବତ ଚିନ୍ତା ଏବଂ ଭଗବତ ପ୍ରାପ୍ତି ସକାଶେ ଏହା ଏକ ମାଧ୍ୟମ ଅଟେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି !

Leave a Reply

Your email address will not be published. Required fields are marked *