Site icon Awaj Media

ଜ୍ଞାନାଶ୍ରୟ ପାଲଟିଛି ଭୋଜନାଳୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ପୁଲିସ ବିଭାଗର ଉଦ୍ୟମରେ ରାଜ୍ୟ ସାରା ଆୟୋଜିତ ହେଉଛି ଆମ ପୁଲିସ କାର୍ଯ୍ୟକ୍ରମ , ଉଦ୍ଦେଶ୍ୟ ହେଲା ନୂତନ ସଂସ୍କାର ଆଣି ଆଇନ ସେବାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ! ଏହି କ୍ରମରେ ବିଭିନ୍ନ ଥାନାରେ ଅଲଗା ଅଲଗା ଡେସ୍କ , ପାଠାଗାର ସ୍ଥାପିତ ମଧ୍ୟ ହେଉଛି ! ତେବେ ରାଜଧାନୀ ଭୁବନେଶ୍ୱର ଡିସିପି ଙ୍କ କାର୍ଯ୍ୟାଳୟରେ ପାଠାଗାର ର ଅବସ୍ଥା ଦେଖି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ! ଜ୍ଞାନାଶ୍ରୟ ନାମରେ ସ୍ଥାପିତ ଲାଇବ୍ରେରୀ ଏବେ ପାଲଟିଛି ଭୋଜନାଳୟ ! ପାଠାଗାର ର ସାଇନ ବୋର୍ଡ ଅଳିଆ ଗଦା ପାଖରେ ଅଦରକାରୀ ହୋଇ ପଡି ରହିଥିବା ସମୟରେ , ବହି ଥିବା ଆଲମାରୀ ର ଅବସ୍ଥା ଏପରି ! ଅବଶ୍ୟ ଡିସିପି ଙ୍କ କାର୍ଯ୍ୟାଳୟରେ ନୂତନ କୋଠାର ନିର୍ମାଣ କାର୍ଯ୍ୟ ଚାଲିଛି , କିନ୍ତୁ ଜ୍ଞାନାଶ୍ରୟ ନାମ ଦେଇ ଏପରି ଅବହେଳା କେତେ ଗ୍ରହଣୀୟ !

 

Exit mobile version