Site icon Awaj Media

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରେଭେନ୍ୟୁ କଲୋନୀ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ସମସ୍ତ କଲୋନୀ ବାସିନ୍ଦା ଉପସ୍ଥିତ ରହି ସାହିର ରାସ୍ତା ଘାଟ ପରିସ୍କାର ପରିଚ୍ଛନ୍ନ କରଯାଇଛି, ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନ ରେ ସମସ୍ତ ରେଭେନ୍ୟୁ କଲୋନୀ ଝାଡୁ କରିବା ସହ ସଫା କରଯାଇଥିଲା l ଏହି ଅବସରରେ ମା ପାଇଁ ଗଛ ଟିଏ କାଯ୍ୟକ୍ରମ ରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା ପରିଚାଳନା କରିଥିବା ବେଳେ, ଡେପୁଟି କଲେକ୍ଟର ଶ୍ରୀ ପାଣକୃଷ୍ଣ ପାଣିଗ୍ରାହି, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଶ୍ରୀ ବି.ଆଲିୟା ରେଡ୍ଡୀ ଓ ବନବିଭାଗ କର୍ମଚାରୀ, ମୁନିସିପାଲିଟିର ସ୍ଵଚ୍ଛ ସାଥୀ ଓ ସଫେଇ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

Exit mobile version