Site icon Awaj Media

ଛେଳିଗଡ଼ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ 15 ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆର ଉଦୟଗିରି ବ୍ଳକର ଛେଳିଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାକିଲି, ତିଳିଗାଁ, ବିଦ୍ୟାଧରପୁର, ସୁଗୁବ ଓ ଚଡ଼ିଆପାଦ ପାଞ୍ଚ ଗୋଟି ଗ୍ରାମର ବାସିନ୍ଦା ! ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତ ପରିବାରଙ୍କୁ ଉଚିତ ମୂଲ୍ୟରେ କ୍ଷତି ପୂରଣ ସକାଶେ 15 ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିସ୍ଥାପିତ ଗ୍ରାମ ଗୁଡିକୁ ଚିହ୍ନଟ କରି ଥଇଥାନ କରାଯାଉ, ପ୍ରତ୍ୟେକ ବିସ୍ଥାପିତ ଗ୍ରାମ ଗୁଡିକୁ ସ୍ମାର୍ଟ କୋଲୋନୀ ପ୍ରଦାନ କରାଯାଉ, ଘର ତିଆରି କରିବା ପାଇଁ 2 ଲକ୍ଷ 52 ହଜାର ବାଦ ଦେଇ 8 ଲକ୍ଷ ମଞ୍ଜୁରୀ ଦିଆଯାଉ, ଭୂମି ହୀନ ମାନଙ୍କୁ ଡି ପି ମାନ୍ୟତା ଦିଆଯାଉ ! ଏହି ଭଳି ବିଭିନ୍ନ 15 ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଛେଳିଗଡ଼ ପଞ୍ଚାୟତ ସରପଞ୍ଚ ସନ୍ତୋସିନୀ ପାଇକ ଓ ଛେଳିଗଡ଼ ବିସ୍ଥାପିତ ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version