Site icon Awaj Media

ଆମେରିକାର ଖ୍ରୀଷ୍ଟିଆନ୍ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ହାସଲ କଲେ ଅଧ୍ୟାପକ ଚିନ୍ମୟ ଦାଶ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ସ୍ପ୍ରିଂଫିଲ୍ଡ ଖ୍ରୀଷ୍ଟିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ସମ୍ମାନ ଜନକ ଭାବରେ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।ଏଠାରେ ଉଲ୍ଲେଖ ଯୋଗ୍ୟ ଏହିକି ଡ଼ଃ ଚିନ୍ମୟ ଦାଶ ଅନେକ ଗୁଡ଼ିଏ ବିଷୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉନସେଲର ତଥା ଆଞ୍ଚଳିକ ମହିଳା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଅଛନ୍ତି। ଏତଦ୍ଭିନ୍ନ ଡ଼ଃ ଦାଶ ଜଣେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସଂଗଠକ, ସମାଜସେବୀ, ସୁ-ବକ୍ତା, ବୈଦିକ କର୍ମକାଣ୍ଡଵିତ୍, ସଫଳ ସଂଗ୍ରାହକ, ଆନ୍ତର୍ଜାତୀୟ ମୁକ୍ତ ସାମ୍ବାଦିକ ତଥା ସାରସ୍ବତ ସାଧକ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଡ଼ଃ ଦାଶଙ୍କୁ ଉକ୍ତ ମର୍ଯ୍ୟାଦାଜନକ ସମ୍ମାନ ପାଇଁ ବିଭିନ୍ନ ମହଲରୁ ଶୁଭେତ୍ସାର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି।

Exit mobile version