Site icon Awaj Media

ଗଜପତିର ଗୌରବ : ରଜତ ଏବଂ ସରୋଜ ଭାତୃଦ୍ୱୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ସ୍ୱନାମଧନ୍ୟ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ପାଣିଗ୍ରାହୀଙ୍କ ଦୁଇ ପୁତ୍ର ଡ. ରଜତ କୁମାର ପାଣିଗ୍ରାହୀ ଏବଂ ଡ. ସରୋଜ କୁମାର ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ କରିଛନ୍ତି।ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀଙ୍କୁ ଗତ ରାଜ୍ୟସ୍ତରୀୟ ୭୮ତମ ସ୍ୱାଧିନତା ଦିବସରେ ଭୂବନେଶ୍ୱର ଠାରେ ମୁଖ୍ଯମନ୍ତ୍ରୀ ସମ୍ମାନିତ କରିଥିଲେ। ସେ ନିଜ ଉତ୍କର୍ଷତା ପ୍ରତିପାଦନ କରି ନିଜ ଅନୁଷ୍ଠାନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇପାରିଛନ୍ତି।ବ୍ୟବହାର ହେଉନଥିବା ଗାଡିର ଯନ୍ତ୍ରପାତି ଗୁଡିକୁ ବ୍ୟବହାରଯୋଗ୍ୟ & ଲାଭଦାୟକ କରାଇବାରେ ପ୍ରମୁଖ ଭୂମିକା ସଂପାଦନ କରିପାରିଛନ୍ତି। ତାହାଛଡା ନିଜ ଶିକ୍ଷା ଅନୁଷ୍ଠାନକୁ ଏକ ମ୍ୟୁଜିୟମ୍ ର ସ୍ୱରୂପ ପ୍ରତିପାଦନ କରିପାରିଛନ୍ତି ! ସର୍ବୋପରି ରୁରକିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ. ସରୋଜ କୁମାର ପାଣିଗ୍ରାହୀ ନିଜର ବିରଳ ପ୍ରତିଭା ପ୍ରତିପାଦନ କରି ଅଯୋଧ୍ୟା ରାମଲାଲାଠାରେ ସୂର୍ଯ୍ୟତିଳକର କିରଣ ପ୍ରତିଫଳିତ କରି ଏକ ଅସମ୍ଭବକୁ ସମ୍ଭବ କରି ଜାତୀୟ ସ୍ତରରେ ଗୌରବ ଲାଭ କରିପାରିଛନ୍ତି।ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଉସ୍ଛବରେ ଭୂବନେଶ୍ୱରସ୍ଥିତ ଭାରତ ଗ୍ରୁପ ଦ୍ବାରା ଆୟୋଜିତ ଏକ ସମାବେଶରେ ତାଙ୍କୁ “ଭାରତ ଗୌରବ” ସମ୍ମାନରେ ସମ୍ମାନିତ କରିଛନ୍ତି। ଉଭୟ ଭାତୃ ଦ୍ୱୟଂକ ବିରଳ ସମ୍ମାନ ପାଇଁ ଗଜପତି ତଥା ପାରଳା ବାସୀ ଶୁଭେଚ୍ଛା ଜଣାଇଛନ୍ତି।

Exit mobile version