Site icon Awaj Media

ପାରଳାଖେମୁଣ୍ଡି ସହରରେ ବହୁଳ ପଲିଥିନ ବ୍ୟବହାର : ପୌର ପରିଷଦ କାର୍ଯ୍ୟାନୁଷ୍ଠାନ ନେବ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ପଲିଥିନ ଉପରେ କିଛି ଦିନ ହେଲା କଟକଣା ହୋଇ ନଥିବାରୁ ସହରରେ ବହୁଳ ବ୍ୟବହାର ହେଉଛି । ଚା ଦୋକାନ ଠାରୁ ଆରମ୍ଭ କରି ସବୁ ଦୋକାନରେ ପଲିଥିନ ବହୁଳ ବ୍ୟବହାର ହେଉଅଛି । ଯାହା ଦ୍ୱାରା ପରିବେଶ ପ୍ରଦୂଷଣ ହେବ। ସହ ଡ୍ରେନରେ ରାସ୍ତା ଘାଟରେ ପଡୁଛି । ପଲିଥିନରେ ଥିବା ଖାଦ୍ୟ ଖାଇଲେ ଗାଈ ଗୋରୁ ନାନା ଅସୁବିଧାର ସମ୍ମୁଖୀନ ହେବେ , ଏଥି ପ୍ରତି ଯତ୍ନବାନ ହେବା ଉଚିତ। ତେଣୁ ଜିଲ୍ଲା ପ୍ରଶାସନ ଏହାର ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

Exit mobile version