Site icon Awaj Media

ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ : ମା’ ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶରତ ଆକାଶ ରେ ଭସା ମେଘର ମହ୍ଲାର । ନଦୀ ପଠା ରେ କାଶ ତଣ୍ଡିର ସମ୍ଭାର,ଲହ ରାୟିତ ଦୋଳି ଖେଳ।ଧରଣୀ ରାଣୀ ସବୁଜ ଶସ୍ୟ ରେ ଉଲ୍ଲସିତ ଉଚ୍ଚାଟିତ। ନଦ ନଦୀର କାଚ କେନ୍ଦୁ ପାଣିରେ ନିର୍ମଳ ଦିଶୁଛି ବଗଲା ବଗୁଲି ର ଧୋବ ଫରଫର ମୁହଁ। ଗାଡ଼ିଆ ପୁଷ୍କରିଣୀରେ ଢଳଢ଼ଳ ନୀଳ କଇଁ ଜହ୍ମକୁ ଚାହିଁ ଦୋହଲୁଛି ପାଖୁଡ଼ା ମେଲାଇ । ପତ୍ରରେ ଝରା ଶିଶିରର ବିନ୍ଦୁ ବିନ୍ଦୁ ମୁକ୍ତା । କୀଟଠାରୁବ୍ରହ୍ମଯାଏ ସଭିଙ୍କ ମନ ଉଲ୍ଲସିତ ,ଉଚ୍ଚାଟିତ, କାରଣ ମା’ ଆସୁଛନ୍ତି ଧରାପୃଷ୍ଟକୁ। ସଭିଙ୍କ ମନରେ ଅସୁମାରି ଆନନ୍ଦ। ଶକ୍ତିମୟି ସେ, ଭକ୍ତିମୟୀ କରୁଣାମୟୀ ସେ, କଲ୍ୟାଣମୟୀ । ସଚ଼ରାଚ଼ରଜୀବଜଗତ ତାଙ୍କଠାରୁ ସୃଷ୍ଟି। ସେ ସୃଷ୍ଟିକାରିଣୀ ,ପାଳନ କାରିଣୀ ଏବଂ ସଂହାରକାରିଣୀ ମା’। ମାତୃଶକ୍ତିର ଉପାସନା ପୀଠ ବାଣପୁର | କାହିଁ କେଉଁ କାଳରୁ  ଘଣ୍ଟ ଶିଳାପାହାଡ଼ର ପାଦଦେଶରେ କୁଳୁକୁଳୁ ଗୀତ ଗାଇ ବହି ଯାଉଥିବା  ସ୍ରୋତସ୍ଵିନୀ ଶାଳିଆର ତଟ ଦେଶରେ ବିରାଜିତା ମା’ଭଗବତୀ । ବିଶ୍ୱାସର ଦେବୀ ଭଗବତୀ ।’ ତାଙ୍କୁ ଆଧାର କରି କେତେ ପୂଜା ପାର୍ବଣ, କେତେ ଲୋକ କଥା, କେତେ ପୁରାଣ ଶାସ୍ତ୍ର  ଭିତରେ ବର୍ଣ୍ଣନା, କେତେ ନୀତିକାନ୍ତି।ସବୁଥିରେ ସ୍ଵାତନ୍ତ୍ର୍ୟତା ବହନ କରୁଥିବା ଏହି ଦେବୀପୀଠର ଶାରଦୀୟ ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ସମଗ୍ର ଭାରତ ବର୍ଷର ଦେବୀପୀଠମାନଙ୍କରେ ଏହି ପର୍ବଯେପରି ଭାବରେ ପାଳନ କରାଯାଏ, ଏହି ପୀଠରେକିନ୍ତୁ ଦୁର୍ଗାପୂଜା ସଂପୂର୍ଣ୍ଣ ଭିନ୍ନ। ଏଠାରେ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା ଆରଧନା କରାଯାଉଥିବାର ବିଧି ରହିଛି। କାରଣ ତାଙ୍କ ନୀତିକାନ୍ତି, ବେଶଭୂଷା, ସଂପୂର୍ଣ୍ଣ ଆଦିମ  ଜନଯାତିଙ୍କ ଦ୍ଵାରା ପରିକଳ୍ପିତ ପରି ମନେହୁଏା ଅନ୍ୟାନ୍ୟ ପୀଠମାନଙ୍କରେ ମା’ଙ୍କ ଚଳନ୍ତି ପ୍ରତିମା,ପିତୁଳା ପ୍ରତିମା ହୋଇଥିବାବେଳେ ମା’ଭଗବତୀଙ୍କ ଚଳନ୍ତି ପ୍ରତ୍ତିମା ଏକ ସ୍ତମ୍ବସଦୃଶ୍ୟ ଯାହାଙ୍କୁସ୍ତମ୍ବେଶ୍ଵରୀ ବୋଲି ପରିକଳ୍ପନା କରାଯାଇଛି । ଶାରଦୀୟ ପର୍ବ ଆରମ୍ଭରୁ ମା ଉତ୍ତାଳ ନୃତ୍ୟ କରିପର୍ବଗୃହକୁଯାତ୍ରା କରୁଥିବାର ଦୃଶ୍ୟ ଅନ୍ୟପୀଠମାନଙ୍କରେ ଦେଖିବାକୁ ମିଳେନାହିଁ।ମା’ ସ୍ତମ୍ବେଶ୍ଵରୀଙ୍କ ବେଶଭୂଷାରେ ବ୍ୟବହୃତ ବିଭିନ୍ନ ରଂଗ ବେରଙ୍ଗର ପାଟବସ୍ତ୍ରର କୁଞ୍ଚିକାନି,ସହିତ ମନ୍ଦାର ମାଳ, ବେଲପତ୍ରର ଆଭୂଷଣ ପରିଧାନ ଶୈଳୀ ଦେଖିଲେ ମନରେ ହୃଦୟରେ ସ୍ୱତସୃତ ଭକ୍ତିଭାବନାଯାଗ୍ରତ ହୋଇଯାଏ। ଭକ୍ତଟିର ହାତ ଆପେ ଆପେଯୋଡ଼ି ହୋଇଯାଏ। ଭକ୍ତି ଭାବନାରେ ମଥା ନଇଯାଏ। ଆଦ୍ୟ ଶରତର ଆସର ଶାରଦୀୟ ପର୍ବ,ଏହି ସମୟରେ ସମଗ୍ର ପୁରପଲ୍ଲୀ ,ସହରନଗର ମାତୃଶକ୍ତିର ଆବାହନୀରେ ମାତୃବନ୍ଦନା ମନ୍ତ୍ରର ଝଙ୍କାର ରେ ଝଙ୍କୃତ ହୁଏ, ଦିଗରୁ ଦିଗନ୍ତ।ମନ୍ଦିର, ମଣ୍ଡପ ରେ ସର୍ବତ୍ର “ଯାଦେବୀ ସର୍ବଭୂତେଷୁ ର ସମ୍ମିଳିତ ସ୍ୱର । ଏହି ଅବସରରେ ବାଣପୁରର ବଡ଼ ଦlଣ୍ଡରେ ଦେବୀ ନୃତ୍ୟ । ସତେଯେପରି ଶୁମ୍ଭ ନିଶୁମ୍ଭ ମହିଶ ପରି ଅସୁରମାନଙ୍କୁ ସଂହାର କରିବାପାଇଁ ମା’ଉଦଣ୍ଡନୃତ୍ୟରତା। ଘଣ୍ଟ, କାହାଳୀ ବାଦ୍ୟନାଦର ତାଳେ ତାଳେ ଏହି ଦୁର୍ଲଭ ନୃତ୍ୟକୁ ଦର୍ଶନ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ଶାରଦୀୟ ପର୍ବକୁ ଅତ୍ୟନ୍ତଭାବଭକ୍ତି ମୟ କରିଦିଏ । ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ଏହିଭଳି ଦେବୀନୃତ୍ୟ କେବଳଏହିପୀଠର ନିଆରାପରମ୍ପରା ବୋଲି ମନ୍ଦିର କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

Exit mobile version