Site icon Awaj Media

ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ସହଯୋଗରେ ଓଡ଼ିଶା ଦଶମ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ , ନୟାଗଡ ଜିଲ୍ଲା ପରିଷଦ କାଯ୍ୟାଳୟ ସୃଜନ ପ୍ରକୋଷ୍ଠରେ ପାଳନ କରାଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନ ଦାସ, ସିଡ଼ିଓ ଶ୍ରୀ ଦେବୋଦତ୍ତ ପଣ୍ଡା, ଅତିରିକ୍ତ ପୋଲିସ ନିରୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗ ଦେଇଥିଲେ ! ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଶ୍ରୀମତୀ ଜ୍ୟୋତ୍ସ୍ନା ନାୟକ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯାଇଥିଲା l

Exit mobile version