ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ l ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ପ୍ରବାସୀ ଶ୍ରମିକ ଙ୍କ ଉଦ୍ୟଶରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ତାଲୁକ ଆଇନ ସେବାସମିତି ର ଅଧ୍ୟକ୍ଷ ତଥା ବାଣପୁର କୋଟ୍ ର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଙ୍କ ଅଧକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ସମୟରେ ପ୍ରବାଶି ଶ୍ରମିକ ମାନେ ବାହାର ରାଜ୍ୟରେ ହେଉ ବା ବିଦେଶରେ ଯେଉଁଭଳି ଅସୁବିଧାର ସମୁଖୀନ ହେଉଛନ୍ତି l ତାହାର ସମାଧାନ ସହ ସେମାନେ କିପରି ନ୍ୟାୟ ପାଇପାରିବେ ଏନେଇ ଆଲୋଚନା ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ବାଣପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଙ୍ଗ, ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ଓକିଲ ସଂଘର ସମ୍ପାଦକ ରଞ୍ଜନ କୁମାର ବେଦମତା, ଆଇନଜୀବୀ ବିପ୍ଳବ ମୁଦୁଲି, ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର ଓ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଯୋଗ ଦେଇଥିଲେ l
ବାଣପୁର ଭେଟେଶ୍ୱର ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ !!!

