Site icon Awaj Media

ବିଶ୍ୱ ଜଳାତଙ୍କ ଦିବସ ଟୀକାକରଣ ଓ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପଶୁ ସମ୍ପଦ ବିଭାଗ ପକ୍ଷରୁ ବିଶ୍ୱ ଜଳାନ୍ତଙ୍କ ଦିବସ 2024 ପାଳନ ହୋଇ ଯାଇଛି।ସଖାଳ ସମୟରେ କୁକୁର ପଞ୍ଜିକରଣ କରାଯାଇ ଟୀକା କରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡେପୁଟି ଡ଼ାଇରେକ୍ଟର ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ଭାରପ୍ରାପ୍ତ CDVO ଡକ୍ଟର ରମାକାନ୍ତ ରାଣା, ADVO LP ନାରାୟଣ ପାତ୍ର, ଡକ୍ଟର ଶୁଭଙ୍କର ସେଠୀ ADVO AW, ଗୌର ହରି ବେହେରା AVS, ଡକ୍ଟର ବି. ସାଇ ସନ୍ଦୀପ VSSS ପ୍ରମୁଖ ଉପସ୍ଥିତ ରହି କୁକୁର ମାନଙ୍କୁ ଟୀକା କରଣ କରିଥିଲେ। ପରେ ଏକ ସଚେତନତା ସଭା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସଭାବନା ଗୃହରେ ଜଳାନ୍ତଙ୍କ ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ CUTM ର ଡୀନ୍ ଡକ୍ଟର ରାଜୁ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଏମ୍ ଏମ୍ ଅଲ୍ଲି, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ( LP)ଡକ୍ଟର ନାରାୟଣ ମହାପାତ୍ର,ଉପ ନିର୍ଦ୍ଦେଶକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ଟିମନ ବୋରା DPM ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଅତିରିକ୍ତ ପ୍ରାଣୀ ଚିକିତ୍ସକ (AW) ଡକ୍ଟର ସୁଭଙ୍କର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା।ଜଳାନ୍ତଙ୍କ ରୋଗ ଉପରେ ଅତିଥିମାନେ ନିଜର ବକ୍ତବ୍ୟ ରଖିବା ସହିତ କିପରି ନିଜକୁ ସୁରକ୍ଷିତ ରଖିବେ ତା ଉପରେ ସଚେତନତା କରାଯାଇଥିଲା।ଶେଷରେ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version