Site icon Awaj Media

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ! ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଗୀତ ଗୋବିନ୍ଦ ସଦନ ଠାରେ ସାଧାରଣ ଅଧିବେଶନ ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ର ସାମାଜିକ, ସାଂସ୍କୃତିକ, ବାଣିଜ୍ୟିକ ସମସ୍ୟା ଓ ତାହାର ସମାଧାନ କିପରି ହୋଇପାରିବ , ଦକ୍ଷିଣ ଓଡ଼ିଶା ର ଶିକ୍ଷ୍ୟା, କୃଷି, ଅର୍ଥନୀତିର ବିକାଶ ନିମନ୍ତେ ବିଭିନ୍ନ ବିଷୟ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର, ରାଜ୍ୟସଭା ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ଶ୍ରୀ ମୂଜିବୁଲା ଖାନ , ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ବଳଭଦ୍ର ମାଝୀ, ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଯୁଗ୍ମ ସମ୍ପାଦକ ଶ୍ରୀ ବିପିନ ବିହାରୀ ପଣ୍ଡା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଦକ୍ଷିଣ ଓଡ଼ିଶାର ଅନେକ ବୁଦ୍ଧିଜୀବି ଏଥିରେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ !

Exit mobile version