Site icon Awaj Media

ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଗୃହ ନୟାଗଡ଼ ପୁରୁଣା ସହର ଠାରେ ଉଦଘାଟିତ ହୋଇ ଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ବୃନ୍ଦାବନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ ରଥ, ଏମ. ଔରଙ୍ଗଜେବ, ଶୁଭେନ୍ଦୁ ଦାସ, ଲୋକନାଥ ମିଶ୍ର, ସନ୍ଦୀପ ଲେଙ୍କା, ପୁରୁଷୋତ୍ତମ ମହାପାତ୍ର, ଉଦିତ ଦାସ, ପ୍ରଦୀପ୍ତ ରଥ, ସୁରେନ୍ଦ୍ର ପ୍ରଧାନ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, ଯଯାତି ମହାପାତ୍ର, ପ୍ରମୋଦ ନନ୍ଦ, ପ୍ରଭାସିନୀ ନନ୍ଦ, ବିକ୍ରମ ସ୍ବାଇଁ, ବିଭୂତି ପଟ୍ଟନାୟକ, ପ୍ରଜ୍ଞାପାର୍ଥ ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ, ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କରାଯିବା ସହିତ ଜିଲ୍ଲା ସାମ୍ବାଦିକ ସଂଘ ସାମ୍ବାଦିକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଅବ୍ୟାହତ ରଖିବ ବୋଲି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Exit mobile version